fbpx

୨୨ ବର୍ଷ ତଳେ ହୋଇଥିଲେ ଦୁଷ୍କର୍ମର ଶିକାର: Live TV ଶୋରେ ଶେୟାର କଲେ ଯନ୍ତ୍ରଣାର କାହାଣୀ

ନୂଆଦିଲ୍ଲୀ: ୨୨ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ନିଜର ଯନ୍ତ୍ରଣାର କାହାଣୀ ଶୁଣାଇଛନ୍ତି । ଗୁଡ ମର୍ଣ୍ଣିଂ ବ୍ରିଟେନ ନାମକ ଏହି ଶୋ ଟି ଅତ୍ୟନ୍ତ ପ୍ରସିଦ୍ଧ । ଏହି ଶୋରେ ବିଭିନ୍ନ ପୀଡିତ ବ୍ୟକ୍ତି ନିଜ ଜୀବନର ଅନୁଭୂତି ଶେୟାର କରିଥାନ୍ତି । ଏହି ଶୋରେ ଜଣେ ମହିଳା ୨୨ ବର୍ଷ ତଳେ ତାଙ୍କ ସହିତ ହୋଇଥିବା ଅତ୍ୟାଚାରର କାହାଣୀ ବର୍ଣ୍ଣନା କରିଥିଲେ । ଦୁଷ୍କର୍ମ ସମୟରେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା । ୨୨ ବର୍ଷ ବିତି ଯାଇଥିଲେ ହେଁ ଏହି ଘଟଣାକୁ ଭୁଲିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରି ନାହିଁ । ପୀଡିତାଙ୍କ କାହାଣୀ ଏତେ ମର୍ମସ୍ପର୍ଶୀ ରହିଥିଲା କି ଟିଭି ଆଙ୍କର ଏହା ଶୁଣି କାନ୍ଦି ପକାଇଥିଲେ ।

ଲିସା ଫିଲିପ୍ସ ନାମ୍ନୀ ମହିଳା ନିଜର କାହାଣୀ ଶୁଣାଇଥିବା ବେଳେ ରଣବୀର କାନ୍ଦି ପକାଇଥିଲେ । ରଣବୀର ମଧ୍ୟ ନିଜର ସମାନ ଅଭିଜ୍ଞତା ରହିଥିବା ସ୍ୱୀକାର କରିଥିଲେ । ସେ ମାତ୍ର ୧୧-୧୨ ବର୍ଷର ହୋଇଥିବା ବେଳେ ତାଙ୍କ ସହିତ ଏପରି ଘଟିଥିଲା । ସେ ବ୍ୟକ୍ତି ଜଣଙ୍କର ଦେହାନ୍ତ ହୋଇ ସାରିଥିଲେ ହେଁ ଏହି ଘଟଣା ତାଙ୍କ ମନରୁ ଲିଭୁ ନାହିଁ ବୋଲି କହିଥିଲେ ରଣବୀର । ସାମ୍ବାଦିକା ଭାବରେ ଏପରି ଘଟଣା ଶୁଣି ନୀରବ ରହିବା ଉଚିତ୍ ମାତ୍ର ଏହା ପୂର୍ବରୁ ମୁଁ ଜଣେ ମଣିଷ ବୋଲି ଗୁଡ ମର୍ଣ୍ଣିଂ ବ୍ରିଟେନ ଶୋର ହୋଷ୍ଟ ରଣବୀର ପ୍ରକାଶ କରିଥିଲେ ।

Get real time updates directly on you device, subscribe now.