(Video) ବରମୁଣ୍ଡା ଓଭରବ୍ରିଜ୍ ଉପରେ ଅଜଣା କାର୍: ରାସ୍ତା ମଝିରେ ଗାଡ଼ି ରଖି ଡ୍ରାଇଭର ମାରିଲେ ଛୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଥୁଆ ହୋଇଛି ଏକ ଅଜଣା କାର । ଜାତୀୟ ରାଜପଥ ଉପରେ ଗାଡ଼ିକୁ ରଖିଦେଇ ଡ୍ରାଇଭର କୁଆଡ଼େ ଛୁ ମାରିଛନ୍ତି । ତେବେ ଡ୍ରାଇଭର କ’ଣ ପାଇଁ ଗାଡ଼ିକୁ ଏଭଳି ସ୍ଥାନରେ ରଖିଦେଇ ଚାଲିଗଲେ, ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେବା ସହ ଭୟ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ଗାଡ଼ିଟି ମଝି ରାସ୍ତାରେ ରହିଥିବାରୁ ତାହା ଏବେ ବରମୁଣ୍ଡା ଅଞ୍ଚଳରେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି କରିଛି । କାର ଭିତରେ ଆଉ କିଏ ଅଛି ନାହିଁ, ଆଉ କିଛି ଜିନିଷ ଅଛି କି ନାହିଁ, ଏଭଳି ଭୟ ଲୋକଙ୍କ ମନରେ ସୃଷ୍ଟି ହେଉଛି । ତେଣୁ ଲୋକମାନେ କେହି ଉକ୍ତ ଗାଡ଼ି ପାଖକୁ ଯାଉନଥିବା ଦେଖାଯାଉଛି ।

ସୂଚନା ମୁତାବକ, ସବୁଦିନ ପରି ଆଜି ବରମୁଣ୍ଡାର ରାସ୍ତାରେ ଲୋକମାନେ ନିଜ ନିଜ କାମରେ ଯାଉଥିଲେ । ତେବେ ସେହି ସମୟରେ ଘଟିଥିଲା ଏକ ବଡ଼ ଅଘଟଣ । ଗୋଟିଏ କାରକୁ ରାସ୍ତା ମଝିରେ ରଖିଦେଇ ଡ୍ରାଇଭର ହଠାତ୍ କୁଆଡ଼େ ଚାଲିଯାଇଥିଲେ । ତେଣୁ ଡ୍ରାଇଭର ଜଣଙ୍କ ଏପରି କରିବା ପଛର ଉଦ୍ଦେଶ୍ୟ କ’ଣ ତାହା ଏବେ କାହାକୁ ଜଣା ନାହିଁ । ଗାଡ଼ିଟି ମଝି ରାସ୍ତାରେ ରହିଥିବା ବେଳେ ଲୋକମାନେ ଭୟରେ ତା’ ପାଖକୁ ଯାଇନଥିଲେ । ଏପରିକି କିଛି ଲୋକ ଗାଡ଼ିଟିକୁ ଦେଖି ପଛକୁ ମଧ୍ୟ ଫେରିଯାଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲା ।