fbpx

Video: ଯଶସ୍ୱୀ ଜୈସୱାଲଙ୍କ ପାୱାରଫୁଲ ଛକା, ଷ୍ଟାଡିୟମ ବାହାରେ ପଡିଲା ବଲ୍

ରାଜକୋଟ: ମୁମ୍ବାଇର ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଜୟସ୍ୱାଲଙ୍କ ଜବରଦସ୍ତ ଇନିଂସ ବଳରେ ମୁମ୍ବାଇ ସୟଦ ମୁସ୍ତାକ ଅଲି ଟ୍ରଫିର ଗ୍ରୁପ୍ ଏ ଲିଗ୍ ମ୍ୟାଚ୍ ରେ ଡିଫେଣ୍ଡିଂ ରଣଜୀ ଚାମ୍ପିଅନ୍ ମଧ୍ୟପ୍ରଦେଶକୁ ୮ ୱିକେଟ୍ ରେ ପରାସ୍ତ କରିଛି। ୨୦ ବର୍ଷୀୟ ଜୟସ୍ୱାଲ ଏକ ଛକ ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଏହି ବଲକୁ ଏପରି ଏକ ସଟ୍ ମାରିଥିଲେ ଯେ ବଲ୍ ଷ୍ଟାଡିୟମ୍ ବାହାରକୁ ଚାଲି ଯାଇଥିଲା।

ବାମହାତୀ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ଅପଲୋଡ୍ କରିଛନ୍ତି। ଯେଉଁଥିରେ ସେ ମଧ୍ୟପ୍ରଦେଶର ପାର୍ଟ ଟାଇମ ବୋଲର ଶୁଭମ୍ ଶର୍ମାଙ୍କ ବଲକୁ ଷ୍ଟାଡିୟମ ବାହାରେ ପଠାଉଥିବାର ନଜର ଆସିଛନ୍ତି। ମୁମ୍ବାଇର ଇନିଂସର ୧୫ ତମ ଓଭରର ତୃତୀୟ ବଲରେ ଯଶସ୍ୱୀ ଆଗକୁ ଯାଇ ପୂରା ଶକ୍ତିର ସହିତ ସଟ୍ ଖେଳିଥିଲେ। ବଲ୍ ଏତେ ଉଚ୍ଚକୁ ଯାଇଥିଲା ଯେ, ଷ୍ଟାଡିୟମ ବାହାରେ ପଡିଥିଲା। ବୋଲର ଏବଂ ଫିଲଡରମାନେ ଯଶସ୍ୱୀଙ୍କ ଏହି ସଟ୍ ଦେଖିବା ଛଡା ଆଉ କିଛି କରିପାରି ନଥିଲେ।

ଯଶସ୍ୱୀ ଜୈସୱାଲ ମୁମ୍ବାଇ ପକ୍ଷରୁ ଘରୋଇ ଏବଂ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି। ସେ ଏକ ଦ୍ୱିଶତକ ହାସଲ କରିଥିବା ଦୁନିଆର ସବୁଠାରୁ କନିଷ୍ଠ କ୍ରିକେଟର। ସେ ୨୦୨୦ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଅଣ୍ଡର -୧୯ ବିଶ୍ୱକପରେ ସେ ଭାରତ ପାଇଁ ଦଳର ଅଗ୍ରଣୀ ରନ୍ ସ୍କୋରର ତଥା ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଥିଲେ।

 

Get real time updates directly on you device, subscribe now.