fbpx
BJD SKY
BJD SKY

Video: ଯେତେବେଳେ ମା’ ସହ ଭେଟ ହେଲା ହଜିଯାଇଥିବା ଚିତା ଶାବକ, କିପରି ଥିଲା ଦୃଶ୍ୟ

BJD

ମହାରଷ୍ଟ୍ର: ମୁମ୍ବାଇର ସଞ୍ଜୟ ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟାନ(ଏସଜିଏଏନପି)ରେ ବୁଧବାର ଏକ ଚିତା ଶାବକ ପୁଣି ଥରେ ତାର ମା’ ସହିତ ମିଶିଛି। ନିକଟରେ ଶାବକଟି ତା ମା’ ଠାରୁ ଅଲଗା ହୋଇଯାଇଥିଲା। ଗତ ୧୦ ତାରିଖରେ ବନସୁରକ୍ଷାକର୍ମୀ ଶାବକଟିକୁ ଏସଜିଏନପି ପାଚେରୀ ପାଖରେ ଠାବ କରିଥିଲେ। ଗାର୍ଡମାନେ କୁକୁର ଭୋକିବା ଶୁଣି ତୁରନ୍ତ ବନ ଅଧିକାରୀଙ୍କୁ ଖବର ଦେଇଥିଲେ ଏବଂ ଚିତା ଶାବକକୁ ଉଦ୍ଧାର କରିଥିଲେ। ପ୍ରାଣୀ ଚିକିତ୍ସକଙ୍କ ଯାଞ୍ଚ ପରେ ଶାବକକୁ ପୁଣି ତା ମା’ ନିକଟରେ ଛାଡ଼ି ଦିଆଯାଇଥିଲା।

ଛୁଆକୁ ନିଜ ମା ସହିତ ପୁନଃମିଳନ କରିବା ପାଇଁ ଜଙ୍ଗଲ ବିଭାଗ ସେହି ଅଞ୍ଚଳରେ ଜାତୀୟ ଉଦ୍ୟାନ ଭିତରେ ଏକ ପିଞ୍ଜରାରେ ଶାବକଟିକୁ ରଖିଥିଲେ, ​​ଯେଉଁଠାରେ ଚିତାବାଘର ଗତିବିଧି ରହିଥାଏ। କୁକୁର କିମ୍ବା ମାଙ୍କଡ଼ ଦ୍ୱାରା ଆକ୍ରମଣ ହେବାର ଆଶଙ୍କା ଥିବାରୁ ଏହାକୁ ୧୦୦ ଫୁଟ ଦୂରରେ ନିରନ୍ତର ନଜରରେ ରଖାଯାଇଥିଲା। ତେବେ ଏହି ସମୟ ମଧ୍ୟରେ ବର୍ଷା ହେବାରୁ ଶାବକଟି ଯେପରି ଅସୁସ୍ଥ ନହେବ, ସେଥି ପାଇଁ ଏକ ପ୍ଲାଷ୍ଟିକ୍ ଜାରିକୁ ପିଞ୍ଜରା ଉପରେ ରଖାଯାଇଥିଲା। ଦୁଇ ଦିନ ପରେ ମା’ ଚିତାବାଘ ପିଞ୍ଜରା ନିକଟରେ ପହଞ୍ଚିଲା। ଏହା ଦେଖି ଦୂରରେ ବସିଥିବା ଗାର୍ଡ ପିଞ୍ଜରାର କବାଟ ଖୋଲିଥିଲେ ଏବଂ ମା ଓ ଛୁଆର ମିଳନ ହୋଇଥିଲା।

Get real time updates directly on you device, subscribe now.