fbpx
BJD SKY
BJD SKY

Video: ପୁଣି ଚିଲିକାରେ ଅଟକିଲା ଡଙ୍ଗା, କିଏ ଟାଣି ଧରୁଛି ଡଙ୍ଗାକୁ; କାହାର ପଡୁଛି କୋପ ଦୃଷ୍ଟି ?

BJD

ଭୁବନେଶ୍ୱର: ଚିଲିକାରେ ଆଜି ପୁଣି ଏକ ଡଙ୍ଗା ଅଟକିଛି । ଚିଲିକା ମଝିରେ ଡଙ୍ଗା ଫଶିବା ଦ୍ୱାରା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଥିଲା । ତେବେ ବାରବାର ଅଟକୁଛି କାହିଁକି ଡଙ୍ଗା । କିଏ ରହିଛି ଚିଲିକା ମଝିରେ ଆଉ କଣ ଘଟୁଛି ଚିଲିକାର ମଝି ହ୍ରଦରେ। ଚିଲିକାରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ କାହାର ପଡୁଛି କୋପ ଦୃଷ୍ଟି । ଚିଲିକାର ଅକାତ ଜଳ ଭିତରେ ଏପରି କେଉଁ ଶକ୍ତି ରହିଛି ଯିଏ ଡଙ୍ଗାକୁ ଭିଡି ଧରୁଛି । ଏବେ ଏହିସବୁ ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଜି ଜହ୍ନିକୁଦା ଘାଟ ନିକଟରୁ ୪.୧୫ ରେ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ସାତପଡ଼ା ଅଭିମୁଖେ ଚିଲିକା ପାର ହଉଥିଲା । କୁହାଯାଉଛି ପାଣି କମ ଥିବାରୁ ଡଙ୍ଗାଟି ଚିଲିକା ମଝିରେ ଅଟକି ରହିଛି । ଡଙ୍ଗାରେ ୩୦ରୁ ଉର୍ଦ୍ଧ୍ୱ ବାଇକ ଏବଂ ୫୦ ଜଣ ଯାତ୍ରୀ ଥିବା ସୂଚନା ମିଳିଥିବା ବେଳେ ଏପରି ଘଟଣା ବାରବାର ଘଟିବା ଦ୍ୱାରା ଲୋକେ ଭୟଭୀତ ହେଉଛନ୍ତି । ଡଙ୍ଗାରେ ଯାଉଥିବା ଯାତ୍ରୀ ମାନେ ଡଙ୍ଗାକୁ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି ।

Get real time updates directly on you device, subscribe now.