fbpx

ମାଗଣାରେ ଦେଖନ୍ତୁ ୱେବ୍ ସିରିଜ୍ ଓ ଫିଲ୍ମ! ଏକ ବର୍ଷ ପର୍ଯ୍ୟନ୍ତ Amazon Prime Video ଓ Hotstar ଫ୍ରି

ନୂଆଦିଲ୍ଲୀ: ଆଜିକାଲିର ୟୁଜର୍ସ ଓଟିଟି ପ୍ଲାଟଫର୍ମରେ ୱେବ ସିରିଜ ଓ ଫିଲ୍ମ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି । ତେବେ ଆପଣମାନେ ଯଦି ଚାହିଁବେ ନିଜର ଏଣ୍ଟରଣ୍ଟେନମେଣ୍ଟ ପାଇଁ ଆମାଜନ ଓ ହଟଷ୍ଟାରର ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ଅର୍ଥ ପ୍ରଦାନ କରିବାକୁ ପଡ଼ିବ ନାହିଁ । ଆପଣମାନେ ଏକ ବର୍ଷ ପର୍ଯ୍ୟନ୍ତ ଆମାଜନ ପ୍ରାଇମ୍ ଭିଡିଓ ଓ ହଟଷ୍ଟାରର ମଜା ଉଠାଇ ପାରିବେ ।

ଆପଣମାନେ ଏହି ଅଫରରେ ଓଟିଟି ପ୍ଲାଟଫର୍ମରେ ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ସେବା ପାଇ ପାରିବେ । ଯଦି ଆପଣମାନେ ଆମାଜନ ପ୍ରାଇମ୍ ଭିଡିଓ ଓ ହଟଷ୍ଟାରର ଫ୍ରି ସବସ୍କ୍ରିପସନ ନେବାକୁ ଚାହୁଁଥାନ୍ତି ତେବେ ଏହି ଅଫରଟି ଆପଣଙ୍କ ପାଇଁ । ନିକଟରେ ଭାରତୀୟ ଟେଲିକମ୍ କମ୍ପାନୀ ଏୟାରଟେଲ ଏକ ଜବରଦସ୍ତ ରିଚାର୍ଜ ପ୍ଲାନ ଆଣିଛି । କମ୍ପାନୀ ୩,୩୫୯ ଟଙ୍କାର ପ୍ରିପେଡ ପ୍ଲାନ ଅଫର କରିଛି । ଏହି ପ୍ଲାନରେ ଆପଣମାନେ ଏକ ବର୍ଷ ପର୍ୟ୍ୟନ୍ତ ଆମାଜନ ପ୍ରାଇମ୍ ଭିଡିଓ ଓ ହଟଷ୍ଟାର ଫ୍ରି’ ସବସ୍କ୍ରିପସନ ପାଇ ପାରିବେ ।

ଏୟାରଟେଲର ୩,୩୫୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଅନେକ ପ୍ରକାରର ବେନିଫିଟ୍ ମିଳୁଛି । ଏହାଛଡ଼ା ଅନଲିମିଟେଡ୍ କଲିଂ ସହିତ ଦୈନିକ ୨.୫ ଜିବି ଡାଟା ମିଳୁଛି । ଅର୍ଥାତ ଆପଣମାନେ ଅଧିକ ଡାଟା ସହିତ ଓଟିଟି ଶୋ’ର ଭରପୂର ମଜା ଉଠାଇ ପାରିବେ । ପୁଣି ଦୈନିକ ୧୦୦ ଏସଏମଏସ୍ ମିଳୁଛି । ଏହି ପ୍ଲାନର ଭାଲିଡିଟି ୩୬୫ ଦିନ ପାଇଁ ରହିଛି ।

Get real time updates directly on you device, subscribe now.