fbpx

Video: ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ

Advertisement

କଟକ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ କଟକ-ଚୌଦ୍ୱାର କାରଗାରକୁ ସ୍ଥାନାନ୍ତର କରାଯାଇଛି। ଆଜି ପୂର୍ବାହ୍ନରେ ଝାରସୁଗୁଡ଼ା ଜେଏମ୍‍ଏଫ୍‍ସି କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସିଆରପିସି ଧାରା ୧୬୪ରେ ଗୋପାଳର ବୟାନ ରେକର୍ଡ କରାଯାଇଛି। ଏହାପରେ ଅଭିଯୁକ୍ତ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା ଉପକାରଗାରକୁ ନିଆଯାଇଥିଲା। ଏଥିପୂର୍ବରୁ ଗୋପାଳର ସୁରକ୍ଷା ଓ ନିରାପତ୍ତା ନେଇ ଜେଲ୍‍ ବିଭାଗ ଆଶଙ୍କା ବ୍ୟକ୍ତ କରି ଝାରସୁଗୁଡ଼ାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ।

କୋର୍ଟ ଅନୁମତି ମିଳିବାପରେ ଗୋପାଳକୁ ଅପରାହ୍ନ ୧ଟାରେ କଡ଼ାସୁରକ୍ଷା ମଧ୍ୟରେ କଟକ ନିଆଯାଇଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ସେ ଚୌଦ୍ୱାର ଜେଲ୍‍ରେ ପହଞ୍ଚିଥିଲା। ସୁରକ୍ଷା ଦୃଷ୍ଟିରୁ ଗୋପାଳ ମଧ୍ୟ ଝାରସୁଗୁଡ଼ା ଉପକାରଗାରରୁ ଅନ୍ୟତ୍ର ସ୍ଥାନାନ୍ତର ହେବା ପାଇଁ ଚାହିଁଥିଲା ବୋଲି ପୁଲିସ୍‍ ଡିଜି ସୁନୀଲ ବଂଶଲ କହିଛନ୍ତି। ଚୌଦ୍ୱାର ଜେଲ୍‍ର ହାଇସିକ୍ୟୁରିଟି ସେଲ୍‍ରେ ଗୋପାଳକୁ ରଖାଯିବ ଏବଂ ତା’ ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ବୋଲି ଡିଜି କହିଛନ୍ତି।

Get real time updates directly on you device, subscribe now.