fbpx
BJD SKY
BJD SKY

(Video) ଇସ୍ରୋକୁ ଆଉ ଏକ ବଡ଼ ସଫଳତା: ଡିଜାଷ୍ଟର ୱାର୍ଣ୍ଣିଙ୍ଗ ସାଟେଲାଇଟ INSAT-3DSର ଲଞ୍ଚ୍ ସଫଳ

BJD

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଆଉ ଏକ ବଡ଼ ସଫଳତା ହାସଲ କରିଛି ଇସ୍ରୋ । ଜିଓସିନକ୍ରୋନସ ଲଞ୍ଚ୍ ଭେହିକିଲ (GSLV) ରକେଟରୁ ଇନସେଟ-୩ଡିଏସ ମୌସୂମୀ ସାଟେଲାଇଟକୁ ପ୍ରକ୍ଷେପଣ କରିବାରେ ସଫଳତା ହାସଲ କରିଛି ଭାରତର ଅନ୍ତରୀକ୍ଷ ଏଜେନ୍ସି । ବର୍ତ୍ତମାନର ସାଟେଲାଇଟ INSAT-3D ଏବଂ INSAT-3DR କୁ ଉନ୍ନତ ପାଣିପାଗ ବିଜ୍ଞାନ ସୂଚନା, ପାଣିପାଗ ପୂର୍ବାନୁମାନ, ସ୍ଥଳଭାଗ ଏବଂ ସମୁଦ୍ର ପୃଷ୍ଠ ଉପରେ ନଜର ରଖିବା ସହ ବିପର୍ଯ୍ୟୟ ଚେତାବନୀ, ଉପଗ୍ରହ ସାହାଯ୍ୟରେ ଅନୁସନ୍ଧାନ ଏବଂ ଉଦ୍ଧାର ସେବା ଯୋଗାଇବା ଏହି ମିଶନର ପ୍ରମୁଖ ଉଦ୍ଦେଶ୍ୟ ରହିଛି । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ଭଳି ମିଶନରେ ସଫଳତା ହାସଲ କରିବା ପରେ ଇସ୍ରୋର ଏହି ସଫଳତା ଭାରତର ବିଜ୍ଞାନ ଏବଂ ଜ୍ଞାନକୌଶଳକୁ ଆଉ ଏକ ପାଦ ଆଗକୁ ନେଇଛି ।

Get real time updates directly on you device, subscribe now.