fbpx

ପେଡ୍ ନ୍ୟୁଜ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ: ECI

ନୂଆଦିଲ୍ଲୀ: ପେଡ୍ ନ୍ୟୁଜ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି । ପେଡ୍ ନ୍ୟୁଜ ଅଭିଯୋଗ ଆସିଲେ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ । ଅଭିଯୋଗ ସତ ହୋଇଥିଲେ, ସମସ୍ତେ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ ।

ଏହା ବ୍ୟତୀତ, ନିର୍ବାଚନକୁ ନେଇ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ଇସିଆଇଙ୍କ ଦ୍ୱାରା କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ନିର୍ବାଚନ କମିଶନ କହିଛନ୍ତି ଯେ, ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିରପେକ୍ଷ, ସ୍ୱଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଇସିଆଇ କହିଛନ୍ତି ।

Get real time updates directly on you device, subscribe now.