fbpx

Video: ଗଣମାଧ୍ୟମକୁ ଅପିଲ୍ କଲେ ଅପରାଜିତା, ଦୟାକରି ଆମକୁ ଟିକେ ଏକା ଛାଡି ଦିଅନ୍ତୁ

AAKASH

ଭୁବନେଶ୍ୱର: ବାବୁସାନ୍‌ଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ରାଜ୍ୟ ସାରା ଚହଳ ପକାଇଛି। ପାରିବାରିକ ବିବାଦ ଏତେ ଆଗକୁ ଚାଲିଯାଇଛି ଯେ, ବାବୁସାନ୍‌ଙ୍କ ପରିବାର ଏବେ ଘରୁ ବାହାରି ପାରୁ ନାହାନ୍ତି। ଘର ଆଗରେ ଗଣମାଧ୍ୟମ ପ୍ରତିନିଧି ଡେରା ପକାଇ ବସିଛନ୍ତି। ଏଭଳି ସ୍ଥତି ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାତ ଯୋଡ଼ି ଅପିଲ୍ କରିଛନ୍ତି ବାବୁସାନ୍‌ଙ୍କ ମା’ ଅପରାଜିତ ମହାନ୍ତି। ଘଟଣା ଦିନରୁ ଅନେକ ସାହାଯ୍ୟ କରିଥିବାରୁ ସେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ ତାଙ୍କ ଘର ଆଗରେ ଆଉ ଗହଳି ନକରିବାକୁ ଅପିଲ୍ କରିଛନ୍ତି।

ଘରେ ତାଙ୍କ ସ୍ୱାମୀ ଉତ୍ତମ ମହାନ୍ତିଙ୍କର ଦେହ ଭଲ ନାହିଁ। ତାଙ୍କର ବଡ଼ ଭିଣୋଇ ଜଣେ ହୃଦରୋଗୀ। ତେଣୁ କୋଣସି ମୁହୁର୍ତ୍ତରେ ତାଙ୍କ ଘରକୁ ଆମ୍ବୁଲାନ୍ସ ଆସିପାରେ। ଘର ଆଗରେ ଭିଡ଼ ରହୁଥିବାରୁ ରାସ୍ତାରେ ଯାଇଥିବା ଲୋକ ଏବଂ ତାଙ୍କର ପଡୋଶି ନାନା ପ୍ରକାର ହଇରାଣ ହେଉଛନ୍ତି। ଝରକା କବାଟ ଖୋଲିପାରୁ ନାହାନ୍ତି ବୋଲି ଅପରାଜିତା କହିଛନ୍ତି।

ଘଟଣାକୁ ୬ରୁ ୭ ଦିନ ବିତିଗଲାଣି। ଏବେ ସେମାନଙ୍କୁ ଏକୁଟିଆ ଚାଡ଼ି ଦେବାକୁ ସେ ଅପିଲ୍ କରିଛନ୍ତି। ତେବେ ବାବୁସାନ୍‌-ତୃପ୍ତି ଏବଂ ପ୍ରକୃତିଙ୍କୁ ନେଇ ଏହି ବାବଦ ପରେ ଅପରାଜିତାଙ୍କ ଘର ଆଗରେ ଗଣମାଧ୍ୟମ ପ୍ରତିନିଧି ଜଗି ବସିଛନ୍ତି। ବାବୁସାନ୍ ବାରମ୍ବାର ଏହି ବିବାଦ ବିଷୟରେ କହିବେ ବୋଲି କହିଥିଲେ ମଧ୍ୟ କିଛି କହିନାହାନ୍ତି। ସେ ଏ ବିଷୟରେ କେବେ କହିବେ ବୋଲି ଗଣମାଧ୍ୟମ ପ୍ରତିନିଧି ଡେରା ପକାଇ ବସିଛନ୍ତି। ତେବେ ଗତକାଲି ବାବୁସନ୍ ସନ୍ଧ୍ୟାରେ ନିଜର ଫ୍ୟାନ୍ ମାନଙ୍କ ସହିତ କେକ୍ କାଟିବା ସହ ତାଙ୍କର ନୂଆ ସିନେମା ଘୋଷଣା କରିଥିଲେ।

Get real time updates directly on you device, subscribe now.