fbpx
BSKY
BJD YOUTH SKY
BJD MS SKY

ସଞ୍ଜୟ ରାଉତଙ୍କ ହେବ ଗିରଫଦାରୀ ? ଘରେ ଇଡିର ଚଢାଉ ଜାରି

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମୁସ୍କିଲ ବଢିବାରେ ଲାଗିଛି। ରବିବାର ସକାଳେ ତାଙ୍କ ଘରେ ଇଡି ଟିମର ଚଢାଉ ଜାରି ରହିଛି। ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ରାଉତଙ୍କୁ ପଚରା ଉଚୁରା କରାଯାଉଛି। ପଠାଯାଇଥିବା ସମନର ଜବାବ ନଦେବା ଏବଂ ତଦନ୍ତରେ ସହଯୋଗ ନକରିବାରୁ ଇଡି ତାଙ୍କ ଘରେ ପହଞ୍ଚି ଏମିତି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି। ଏପରିକି ସଞ୍ଜୟ ରାଉତଙ୍କ ଗିରଫଦାରୀର ସମ୍ଭାବନା ଥିବା କହିଛନ୍ତି ବିଜେପି ନେତା। ତାଙ୍କ କହିବା କଥା ସଞ୍ଜୟ ରାଉତଙ୍କୁ ନଓ୍ଵାବ ମଲିକଙ୍କ ନିକଟରେ ରହିବା ପାଇଁ ଜେଲ୍ ଯିବାକୁ ପଡିପାରେ।

ଏବେ ଏହା ଉପରେ ତର୍ଜମା କରାଯାଉଛି ଯେ, ସଞ୍ଜୟ ରାଉତଙ୍କ ବିରୋଧରେ କଣ କାର‌୍ୟ୍ୟାନୁଷ୍ଠାନ କରାଯାଉଛି। ଇଡି ଅଧିକାରୀ କହିଛନ୍ତି, ରାଉତ ପଚରା ଉଚୁରାରେ ସହଯୋଗ କରୁନଥିଲେ। ଏଥିପାଇଁ ତାଙ୍କ ଟିମଙ୍କୁ ଘରକୁ ଯିବାକୁ ପଡିଛି। ଏହା ପୂର୍ବରୁ ସଞ୍ଜୟ ରାଉତଙ୍କୁ ଦୁଇ ଥର ତଲବ୍ କରାଯାଇଥିଲା। ହେଲେ ସଞ୍ଜୟ ରାଉତ ତଦନ୍ତରେ ସହଯୋଗ ନକରିବାରୁ ଆଠ ଜଣିଆ ଟିମ୍ ରାଉତଙ୍କ ଘରେ ଆଜି ଚଢାଉ କରିଛି। ରାଉତଙ୍କ ସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ପଚରା ଉଚୁରା କରାଯାଉଛି। ଇଡି ଦ୍ଵାରା ସଞ୍ଜୟ ରାଉତଙ୍କ ଗିରଫଦାରୀ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ଅଭିଯୋଗ ହୋଇଛି ଯେ, ପାତ୍ରା ଚଲ୍ ଜମି ମାମଲାରେ ୧,୦୩୪ କୋଟି ଟଙ୍କାର ଦୁର୍ନୀତି ହୋଇଛି। ମୁମ୍ବାଇର କୋରେଗାଓଁରେ ମହାରାଷ୍ଟ୍ର ହାଉସିଂ ଆଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟିର ଫ୍ଲାଟ୍ ରହିଛି। ଇଡି ଅଭିଯୋଗ ଅନୁଯାୟୀ, ପ୍ରବୀଣ ରାଉତଙ୍କ ଗୁରୁ ଆଶିଷ କନଷ୍ଟ୍ରକ୍ସନ କମ୍ପାନୀକୁ ପାତ୍ରା ଚଲର ଟେଣ୍ଡର ଦିଆଯାଇଥିଲା। ମାତ୍ର ଏହି ଜାଗାର କିଛି ଅଂଶକୁ ଘରୋଇ ବିଲଡରଙ୍କୁ ବିକ୍ରି କରି ଦିଆଯାଇଛି। ଆଉ ଏଥିରେ ସଞ୍ଜୟ ରାଉତଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଇଡି କହିଛି।

 

Get real time updates directly on you device, subscribe now.