fbpx

ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାରୀ ତୈଳ କମ୍ପାନୀ ଦେଲା ବଡ଼ ସଙ୍କେତ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଦେଶବାସୀ ଛଟପଟ ହେଉଥିବା ବେଳେ ଏନେଇ ପୁଣି ଏକ ନିରାଶାଜନକ ଖବର ଆସିଛି । ଖୁବଶୀଘ୍ର ପେଟ୍ରୋଲ-ଡିଜେଲ ମୂଲ୍ୟ ବଢ଼ିପାରେ । ଏନେଇ ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ପକ୍ଷରୁ ବଡ଼ ସଙ୍କେତ ମିଳିଛି । ଗତ ଏପ୍ରିଲ-ଜୁନ ତୈମାସରେ ଆଇଓସିର ବହୁତ କ୍ଷତି ହୋଇଛି । ଏହି ସମୟ ମଧ୍ୟରେ କମ୍ପାନୀକୁ ପେଟ୍ରୋଲ ବିକ୍ରି ଉପରେ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୧୪ ଟଙ୍କା କ୍ଷତି ସହିବାକୁ ପଡ଼ିଛି ।

ଦେଶର ସବୁଠାରୁ ବଡ଼ ତୈଳ ଶୋଧନ ଓ ଇନ୍ଧନ ବିକ୍ରି କରୁଥିବା କମ୍ପାନୀକୁ ଚଳିତ ଆର୍ôଥକ ବର୍ଷ ୨୦୨୨-୨୩ର ପ୍ରଥମ ତିନି ମାସରେ ୧,୯୯୨.୫୩ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଏହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କମ୍ପାନୀ ୫,୯୪୧.୩୭ କୋଟି ଟଙ୍କାର ଲାଭ କମାଇଥିଲା । ସେହିପରି ତା’ ପୂର୍ବ ବର୍ଷ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ କମ୍ପାନୀ ୬,୦୨୧.୯ କୋଟି ଟଙ୍କା ଲାଭ ହାସଲ କରିଥିଲା ।

ତେବେ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରିର ମାର୍ଜିନରେ ହ୍ରାସ କାରଣରୁ କମ୍ପାନୀର ଆୟ ହ୍ରାସ ପାଇଛି । କମ୍ପାନୀ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୧୪ ଟଙ୍କା କ୍ଷତି ସହୁଛି । ଏହାଛଡ଼ା ଉତ୍ପାଦ ଶୁଳ୍କରେ ହ୍ରାସ କାରଣରୁ କମ୍ପାନୀକୁ ମଧ୍ୟ ୧୫୦୦ରୁ ୧୬୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି ବୋଲି ଏକ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.