fbpx
BSKY
BJD YOUTH SKY
BJD MS SKY

ୟୁଟ୍ୟୁବ୍ ଦେଖି ୧୨ ବର୍ଷର ପିଲା ରୋଷେଇ ଘରେ ପ୍ରସ୍ତୁତ କଲା ମଦ, ସ୍କୁଲ ନେଇ ସାଙ୍ଗମାନଙ୍କୁ ଦେଲା, ପୁଣି…

ତିରୁଅନନ୍ତପୁରମ: ଜଣେ ୧୨ ବର୍ଷୀୟ ବାଳକ ୟୁଟ୍ୟୁବ୍ ଭିଡିଓ ଦେଖି ମଦ ପ୍ରସ୍ତୁତ କଲା। ପୁଣି ସ୍କୁଲରେ ନିଜ ସାଙ୍ଗମାନଙ୍କୁ ପିଇବାକୁ ଦେଲା। ମଦର ଦୁଇ ଢୋକ ପିଇବା ପରେ ସାଙ୍ଗମାନଙ୍କ ଦେହ ବିଗିଡିବା ସହ ବାନ୍ତି ହେବାରେ ଲାଗିଥିଲା। ଏମିତି ଆଶ୍ଚର‌୍ୟ୍ୟକର ଘଟଣା କେରଳର ତିରୁଅନନ୍ତପୁରମରୁ ସାମ୍ନାକୁ ଆସିଛି। ସମସ୍ତ ଅସୁସ୍ଥ ପିଲାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା କୁହାଯାଉଛି।

ଏହି ଘଟଣା ଶୁକ୍ରବାର ଏକ ସରକାରୀ ସ୍କୁଲରେ ଘଟିଛି। ପୋଲିସର ପଚରା ଉଚୁରା ସମୟରେ ମଦ ପ୍ରସ୍ତୁତ କରିଥିବା ଛାତ୍ର କହିଛନ୍ତି ଯେ, ତାଙ୍କ ବାପା-ମାଆ ଅଙ୍ଗୁର କିଣିକି ଆଣିଥିଲେ। ସେ ଘରେ ଅଙ୍ଗୁରକୁ ବ୍ୟବହାର କରି ରୋଷେଇ ଘରେ ମଦ ତିଆରି କରିଛି। ହେଲେ ମଦ ପ୍ରସ୍ତୁତିରେ ସେ ସ୍ପ୍ରିଟି କିମ୍ବା ଅନ୍ୟ ପ୍ରକାରର ମାଦକ ପଦାର୍ଥ ବ୍ୟବହାର କରିନଥିବା ଛାତ୍ର ଜଣକ କହିଛି। ୟୁଟ୍ୟୁବ୍ ଭିଡିଓ ଦେଖି ସେ ମଦ ପ୍ରସ୍ତୁତ କରିବା ପରେ ବୋତଲରେ ଭର୍ତ୍ତି କରି ମାଟି ତଳେ ପୋତି ଦେଇଥିଲା। ପରେ ଏହାକୁ ନେଇ ସ୍କୁଲରେ ସାଙ୍ଗମାନଙ୍କୁ ପିଇବାକୁ ଦେଇଥିଲା।

ପୋଲିସ କହିଛି, ପିଲାର ମାଆଙ୍କୁ ଜଣାଥିଲା ଯେ, ସେ ମଦ ତିଆରି କରିବାକୁ ପ୍ରସ୍ତୁତ କରୁଛି। ହେଲେ ସେ ଏହାକୁ ଗମ୍ଭୀରତାର ସହ ନେଇନଥିଲେ। ପୋଲିସ ମଦର ନମୂନା ଏକତ୍ରିତ କରି କୋର୍ଟର ଅନୁମତି ନେଇ ରାସାୟନିକ ଯାଞ୍ଚ ପାଇଁ ପଠାଇ ଦେଇଛି।

ପୋଲିସ ଅଧିକାରୀ କହିଛନ୍ତି, ଯଦି ଯାଞ୍ଚରେ ମଦରେ ସ୍ପ୍ରିଟି କିମ୍ବା କୌଣସି ପ୍ରକାରର ମାଦକ ପଦାର୍ଥ ମିଳେ ତେବେ ପିଲା ବିରୋଧରେ କିଶୋର ନ୍ୟାୟ ଅଧିନିୟମ ଆଧାରରେ ମାମଲା ରୁଜୁ କରାଯିବ। ପୋଲିସ ପିଲାର ବାପା-ମାଆ ଏବଂ ସ୍କୁଲ ଅଧିକାରୀଙ୍କୁ ମାମଲା ସଂପର୍କିତ ଆଇନଗତ ଫଳାଫଳ ବିଷୟରେ ଜଣାଇ ଦେଇଛି।

Get real time updates directly on you device, subscribe now.