fbpx
BJD SKY
BJD SKY

Video: ରାତିରେ ଆସିଲେ ଭୂଜାଲି ଦେଖେଇ ପେଟ୍ରୋଲ ପମ୍ପରୁ ସବୁ ଲୁଟିନେଲେ, ସିସିଟିଭିରେ କଏଦ ହେଲା ଫୁଟେଜ୍

BJD

ସମ୍ବଲପୁର: ଭୂଜାଲି ମୁନରେ ପେଟ୍ରୋଲ ପମ୍ପରୁ ଡକାୟତି। ବିଳମ୍ବିତ ରାତିରେ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମି ଡୁଙ୍ଗୁରୀ ପେଟ୍ରୋଲ ପମ୍ପରୁ ଭୂଜାଲି ଦେଖେଇ ୪୫ ହଜାର ଟଙ୍କା ଲୁଟିନେଇ ଥିବା ଅଭିଯୋଗ ହୋଇଛି। ଏନେଇ ଲୁଟ ସମୟର ସିସି ଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି। ଟିକେ ଭଲ କରି ଦେଖନ୍ତୁ, ସେହି ସମୟର ଦୃଶ୍ୟକୁ। କେମିତି ଦୁଇଜଣ ବ୍ୟକ୍ତି ପେଟ୍ରୋଲ ପମ୍ପରେ ପଶି ବନ୍ଧୁକ ଦେଖାଇ ଲୁଟ୍ କରୁଛନ୍ତି।

ଘଟଣା ସ୍ଥଲରେ ପୋଲିସ ପହଞ୍ଚି ପେଟ୍ରୋଲପଂମ ସିସିଟିଭି ହାର୍ଡଡିକ୍ସ କୁ କ୍ଷେତରାଜପୁର ପୋଲିସ ଜବତ କରି ଅଧିକ ଛାନଭିନ ଆରମ୍ଭ କରିଛି। ଅଭିଯୋଗ ମୁତାବକ ବିଳମ୍ବିତ ରାତିରେ ଲକ୍ଷ୍ମୀ ଡୁଙ୍ଗରୀ ନିକଟରେ ଥିବା ପେଟ୍ରୋଲିପଂମ ଠାରେ ୨ ଜଣ ଅଜଣା ବ୍ୟକ୍ତି ମୁହଁ ରେ ମୁଖା ବାନ୍ଧି ପେଟ୍ରୋଲିପଂମ ର ମ୍ୟାନେଜର ଙ୍କ କାଯ୍ୟାଳୟ କୁ ପ୍ରବେଶ କରି ଭୁଜାଲି ଦେଖାଇ ଭୟଭୀତ କରି ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ କ୍ଷେତରାଜପୁର ପୋଲିସ ଅଧିକ ତଦନ୍ତ କରିବା ସହ ସିସି ଟିଭି ଭିଡିଓ ଆଧାର ରେ ବିଭିନ୍ନ ସ୍ଥାନରେ ଚଡାଉ ଯାରି ରଖିଥିବା ପୋଲିସ ସୁତ୍ରରୁ ସୁଚନା ଦିଆଯାଇଛି।

Video: Bhujali came at night and looted everything from the petrol pump, CCTV footage captured

Get real time updates directly on you device, subscribe now.