fbpx

Video: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ, କୋରାପୁଟରୁ ଆସିଲା ଜନନୀ ଯନ୍ତ୍ରଣାର ଖବର

କୋରାପୁଟ: ବୈପାରୀଗୁଡା ଅଂଚଳରେ ବଢୁଛି ଜନନୀ ଯନ୍ତ୍ରଣା। ମେଡିକାଲକୁ ଯିବାକୁ ହେଲେ ଏଠାରେ ଖଟିଆରେ ବୁହା ହୁଅନ୍ତି ଗର୍ଭବତୀ ମହିଳା। ଏହା କିଛି ନୂଆ କଥା ନୁହଁ। ଏହି ଅଂଚଳରେ ରୋଗୀଙ୍କ ପାଇଁ ଖଟିଆ ଆମ୍ବୁଲାନ୍ସ ସାଜିଥାଏ। ବୈପାରିଗୁଡା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ସବୁଦିନିଆ ରାସ୍ତା ନାହିଁ। ଯୋଦ୍ୱାରା ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉପାନ୍ତ ଅଂଚଳଲୋକେ । ଏହିପରି ବୈପାରୀଗୁଡା ଅଂଚଳରୁ ୨ ଟି ଘଟଣା ସମ୍ମାନକ୍ଷ ସାମ୍ନାକୁ ଆସିଛି।

ଚେରକାର ପଂଚାୟତର ଅଟଳଗୁଡାର ଦଇମତି ତଲିଆଙ୍କ ଗର୍ଭଯନ୍ତ୍ରଣା ପରେ ତାଙ୍କୁ ଖଟିଆରେ ୨ କିଲୋମିଟର ବୋହିଆଣି ରାମଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ସେହିପରି ଗତ କାଲି ବିଳମ୍ବିତ ରାତିରେ ମାଝୀଗୁଡା ପଂଚାୟତର ଟିକରପୋଡା ଗାଁର ଗର୍ଭବତୀ ବାସନ୍ତୀ ଖିଲଙ୍କୁ ଗ୍ରାମବାସୀ ୩ କିଲୋମିଟର ଖଟିଆରେ ବହିଆଣି ବୈପାରୀଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଉ ମେଡ଼ିକାଲରେ ପହଞ୍ଚିବା ପରେ ସେ ମଧ୍ୟ ଶିଶୁ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି।

Get real time updates directly on you device, subscribe now.