fbpx

T20 WC-2022 ରେ ଖେଳିବେନି ଶାହୀନ ଆଫ୍ରିଦି! କ’ଣ କହିଲେ ପାକିସ୍ତାନର ପୂର୍ବତନ ବୋଲର…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଅଡୁଆରେ ଫସିଯାଇଛି ପାକିସ୍ତାନ କ୍ରିକେଟ ଟିମ୍ । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦିଙ୍କ ଖେଳିବାକୁ ନେଇ ଉଠିଛି ପ୍ରଶ୍ନର ପାହାଡ । ଆହତ ଯୋଗୁଁ କ୍ରିକେଟରୁ ଦୂରେଇ ରହିଥିବା ଶାହୀନ ଏବେ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ ପଡିପାରନ୍ତି । ଆଣ୍ଠୁରେ ଆଘାତ ଥିବାରୁ ଏସିଆ କପରୁ ସେ ବାଦ ପଡିଥିଲେ । ଏବେ ଆସନ୍ତା ବିଶ୍ୱକପରୁ ମଧ୍ୟ ଦୂରେଇ ରହିବା ପାଇଁ ଆଫ୍ରିଦିଙ୍କୁ ପରାମର୍ଶ ଦେଇଛନ୍ତି ଦଳର ପୂର୍ବତନ ଖେଳାଳି ଆକିବ ଜାଭେଦ । ବିଶ୍ୱକପ ଅପେକ୍ଷା ଆଫ୍ରିଦି ଦଳ ପାଇଁ ଅଧିକ ମୂଲ୍ୟବାନ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ଏକ ଇଭେଣ୍ଟରେ ଆକିବ ଶାହୀନ ଆଫ୍ରିଦିଙ୍କ ଖେଳିବାକୁ ନେଇ ନିଜ ମତ ରଖିଛନ୍ତି । ଆଫ୍ରିଦି ବିଶ୍ବକପ ପାଇଁ ଚୟନ ହୋଇଥିବା ୧୫ ଜଣିଆ ସଦସ୍ୟରେ ନିଜ ସ୍ଥାନ ସୁରକ୍ଷିତ ରଖିଛଡ଼୍ତତିଆଫ୍ରିଦିଙ୍କ ଭଳି ବୋଲର ପାଇବା କଷ୍ଟକର । ତେଣୁ ଆସନ୍ତା ବିଶ୍ୱକପ ଅପେକ୍ଷା ସେ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଆକିବ । ତେଣୁ ଏହି ବିଶ୍ୱକପରେ ନ ଖେଳିବା ପାଇଁ ଆଫ୍ରିଦିଙ୍କୁ ଆକିବ ପରାମର୍ଶ ଦେଇଛନ୍ତି । କାରଣ ଟୁର୍ଣ୍ଣାମେଣ୍ଟରେ ଖେଳିବା ଦ୍ୱାରା ତାଙ୍କ ଆହତ ଜନିତ ସମସ୍ୟା ବଢିପାରେ ବୋଲି କୁହଯାଇଛି । ଯାହା ଆଗକୁ ଶାହୀନ ଆଫିଦିଙ୍କ ସହ ପାକିସ୍ତାନ କ୍ରିକେଟ ଟିମକୁ ମଧ୍ୟ ବିପଦ ସୃଷ୍ଟି କରିପାରେ ।

ତେବେ ବିଶ୍ୱକପରେ ଶାହୀନ ନ ଖେଳିବା ଦଳ ପାଇଁ ଏକ ବଡ ଝଟକା ହୋଇପାରେ । ଏହାପୂର୍ବରୁ ସେ ଏସିଆ କପ ପାଇଁ ଚୟନ ହେବା ପରେ ମଧ୍ୟ ଶେଷ ସମୟରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ସେପଟେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ । ତେବେ ଦଳର ଅଧିନାୟକ ଜୋସ ବଟଲର ଆଘାତ ଯୋଗୁଁ ପ୍ରଥମ କିଛିଟା ମ୍ୟାଚରୁ ବାଦ ପଡିଛନ୍ତି ।

Get real time updates directly on you device, subscribe now.