fbpx

କାହିଁକି ଝୁଲିପଡିଲେ ଗାଁ ସାଥି ଓ ଆଶାକର୍ମୀ ? କାରଣ ଖୋଜୁଛି ପୋଲିସ୍

ରାଇକିଆ: ଗାଁ ସାଥି ଓ ଆଶାକର୍ମୀଙ୍କ ଝୁଲନ୍ତା ମୃତ ଦେହ ଜଙ୍ଗଲରୁ ଠାବ ହୋଇଛି। କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁ ରେ ଘଟିଛି ଅଭାବନୀୟ ଘଟଣା। ମାଲେରିମାହା ଗ୍ରାମର ଗାରାମାହା ଜଙ୍ଗଲରୁ ଦମ୍ପତ୍ତିଙ୍କର ଝୁଲନ୍ତା ମୃତ ଦେହ ଠାବ ହୋଇଛି। ମୃତ ଦମ୍ପତ୍ତି ମନୋରଞ୍ଜନ ନାୟକ ଓ ସ୍ମିତାଞ୍ଜଳୀ ନାୟକ ବୋଲି ହୋଇଥିବା ଜଣାପଡ଼ିଛି। ମନୋରଞ୍ଜନ ଗାଁ ସାଥି ଥିବାବେଳେ ସ୍ମିତାଞ୍ଚଳୀ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି।

ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏହା ଏକ ପାରିବାରିକ କଳହ ହୋଇପାରେ ଏବଂ ସ୍ତ୍ରୀ କୁ ହତ୍ୟା କରି ସ୍ବାମୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ୍। ସେପଟେ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବାପରେ ଶବ ଉଦ୍ଧାର କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.