fbpx
BJD SKY
BJD SKY

କୋଟି କୋଟି ଚାଷୀଙ୍କ ପାଇଁ ଖୁସିଖବର! PNB ଦେଉଛି ୫୦ ହଜାର ଟଙ୍କା, ସିଧା ଆସିବ ଖାତାକୁ

BJD

ପଞ୍ଜାବ ନାସନାଲ ବ୍ୟାଙ୍କ୍ ଚାଷୀଙ୍କ ପାଇଁ ଖାସ୍ ସ୍କିମ ଆଣିଛି, ଯେଉଁଥରେ ବ୍ୟାଙ୍କ୍ ତରଫରୁ କୃଷକଙ୍କୁ ୫୦ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କାକୁ ଚାଷ କାମ ବ୍ୟତୀତ ବ୍ୟକ୍ତିଗତ କାମକୁ ପୂରା କରିବା ପାଇଁ ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା ବ୍ୟାଙ୍କ୍ କେଉଁ ଖାସ୍ ସ୍କିମ ଅନୂଯାୟୀ ଏହି ଟଙ୍କା ଦେଉଛି ଏବଂ ଆପଣ କିପରି ଏହାକୁ ଆବେଦନ କରିପାରିବେ ।

ପଞ୍ଜାବ ନାସନାଲ ବ୍ୟାଙ୍କ (Punjab National Bank) ତରଫରୁ ଗ୍ରାହକଙ୍କୁ ପିଏନବି କିସାନ ତତ୍କାଳ ଋଣ ଯୋଜନାର ସୁବିଧା ଦିଆଯାଉଛି । ଯାହା ଅନୂଯାୟୀ ଏହି ଟଙ୍କା ଚାଷୀଙ୍କ ଖାତାରେ କ୍ରେଡିଟ୍ ହେବ । ପିଏନବି ଟ୍ୱିଟ୍ କରି ଏହି ସୁବିଧା ବିଷୟରେ ସୂଚନା ଦେଇଛି । ପିଏନବି ଏହାର ଅଫିସିଆଲ ଟ୍ୱିଟ୍ ରେ କହିଛି ଯେ ସବୁ ଚାଷୀଙ୍କ ଆବଶ୍ୟକତାକୁ ପୂରା କରିବା ପାଇଁ ପିଏନବି ଆଣିଛି କିସାନ ତତ୍କାଳ ଋଣ ଯୋଜନା । ଆସନ୍ତୁ ଜାଣିବା କ’ଣ ରହିଛି ଖାସ୍-

ପଞ୍ଜାବ ନାସନାଲ ବ୍ୟାଙ୍କ୍ କହିଛି ଯେ ଏହି ସ୍କିମ୍ ଅନୂଯାୟୀ ଚାଷୀଙ୍କୁ ଚାଷବାଷ ପାଇଁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ହେଉ କିମ୍ବା ପୁଣି କୌଣସି ପ୍ରକାର ଆବଶ୍ୟକତାକୁ ପୂରା କରିବା ପାଇଁ ଏହି ସ୍କିମର ଫାଇଦା ନେଇପାରିବେ । ଚାଷୀ ତତ୍କାଳ ଲୋନ୍ ଯୋଜନା ସବୁ ଉଦ୍ଦେଶ୍ୟ ପାଇଁ ନେଇପାରିବେ ।

କେଉଁମାନଙ୍କୁ ମିଳିବ ଫାଇଦା?

ପିଏନବି ତତ୍କାଳ ଋଣ ଯୋଜନାର ଫାଇଦା ନେଉଥିବା ବ୍ୟକ୍ତି ଚାଷୀ ହୋଇଥିବା ଜରୁରୀ । ବ୍ୟାଙ୍କ୍ ଅନୂଯାୟୀ ଏହି ଯୋଜନାର ଲାଭ କେବଳ ଚାଷୀ କିମ୍ବା ଚାଷୀ ସମୂହ, ଯେଉଁମାନଙ୍କ ପାଖରେ ପୂର୍ବରୁ ହିଁ କିସାନ କ୍ରେଡିଟ୍ କାର୍ଡ ଅଛି, ତାଙ୍କୁ ଏହି ଯୋଜନାର ଲାଭ ପ୍ରଦାନ କରାଯିବ । ଏଥିପାଇଁ ସେମାନଙ୍କ ଗତ ଦୁଇ ବର୍ଷର ବ୍ୟାଙ୍କ୍ ରେକର୍ଡ ମଧ୍ୟ ଦରକାର ହେବ ।

ବ୍ୟାଙ୍କ୍ ନୋଟିଫିକେଶନ ଅନୂଯାୟୀ, ଚାଷୀଙ୍କୁ କିସାନ ତକ୍ରାଳ ଋଣ ଯୋଜନା ଅନୂଯାୟୀ ବର୍ତ୍ତମାନର ଲୋନ ସୀମାର ୨୫ ପ୍ରତିଶତ ପର୍ଯ୍ୟନ୍ତ ଲୋନ୍ ଦିଆଯିବ । ଯାହାର ସର୍ବାଧିକ ସୀମା ୫୦ ବର୍ଷ ପର୍ଯ୍ୟନ୍ତ ହେବ । ଏହି ଲୋନ୍ କୁ ନେବା ପାଇଁ କୃଷକଙ୍କୁ କିଛି ଗ୍ୟାରେଣ୍ଟୀ ରଖିବାକୁ ପଡ଼ିବ ନାହିଁ । କିମ୍ବା କୌଣସି ପ୍ରକାର ସର୍ଭିସ୍ ଚାର୍ଜ ମଧ୍ୟ ଲଗାଯିବ ନାହିଁ ।

ଏହି ଯୋଜନା ଅନୂଯାୟୀ ଲୋନ୍ ରାଶି ସୁଝିବା ପାଇଁ ସର୍ବାଧିକ ୫ ବର୍ଷ ସମୟ ଦିଆଯିବ । ଏଥିରେ ଲୋନ୍ କିସ୍ତି ମଧ୍ୟ ସରଳ ରଖାଯାଇଛି ଯେମିତି ଚାଷୀଙ୍କୁ ଏହାକୁ ସୁଝିବାରେ କୌଣସି ଅସୁବିଧା ନହେବ । ଲୋନ୍ ନେବା ପାଇଁ ଚାଷୀ ପିଏନବିର ବ୍ରାଞ୍ଚକୁ ଯାଇ ଆବେଦନ କରିପାରିବେ କିମ୍ବା ଅନଲାଇନ୍ ଆବେଦନ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ୍ ର ଅଫିସିଆଲ ୱେବସାଇଟରେ ଯିବାକୁ ହେବ ।

 

Get real time updates directly on you device, subscribe now.