fbpx
BJD SKY
BJD SKY

Video : ଦେବିନା ବାନାର୍ଜୀ ଝିଅମାନଙ୍କ ସହ କଲେ ରାମ୍ପ ୱାର୍କ, ଝିଅ ଯେତେବେଳେ ଦେଖିଲା ବାପା ଗୁରମୀତକୁ….

BJD

ନୂଆଦିଲ୍ଲୀ : ଅଭିନେତ୍ରୀ ଦେବିନା ବାନାର୍ଜୀ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଯାଇଛନ୍ତି । ଏହି ଅଭିନେତ୍ରୀଙ୍କର ବହୁତ ପ୍ରଶଂସକ ଅଛନ୍ତି ଏବଂ ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ଦେବିନାଙ୍କ ସହ ତାଙ୍କୁ ସ୍ୱାମୀ ଗୁରମୀତ ଚୌଧୁରୀଙ୍କୁ ବି ପ୍ରଶଂସକ ବହୁତ ପସନ୍ଦ କରନ୍ତି । ଦେବିନା ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହିତ, ୟୁଟ୍ୟୁବ ବ୍ଲକ ମାଧ୍ୟମରେ ସେ ଜୀବନର ସ୍ନେକପିକ ଜାରି କରନ୍ତି । ସେ ଯେତେବେଳେ ମାଆ ହୋଇଥରଲେ ସେତେବେଳେ ବି ଦେବିନା ମା ହେବାର ଯାତ୍ରାକୁ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ । ପ୍ରଶଂସକମାନେ ଦେବିନାଙ୍କ ଶିଶୁ ଆସିବା ପୂର୍ବରୁ ହିଁ ତାଙ୍କ ସହ ଯୋଡି ହୋଇ ରହିଥିଲେ । ବର୍ତ୍ତମାନ ଦେବିନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କି ଅଭିନେତ୍ରୀ ଉଭୟ ଶିଶୁ କନ୍ୟା ସହ ରାମ୍ପ ୱାର୍କ କରୁଛନ୍ତି ।

ରବିବାର ଦିନ ବମ୍ବେ ଫ୍ୟାଶନ ସପ୍ତାହରେ ଅଭିନେତ୍ରୀ ଦେବିନା ବାନାର୍ଜୀ ତାଙ୍କ ଝିଅଙ୍କ ସହ ରାମ୍ପ କରୁଥିବାର ଏକ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ମେରୁନ ଏବଂ କମଳା ରଙ୍ଗର ଆଉଟ ଫିଟ ପିନ୍ଧିଥିଲେ । କେବଳ ଏହା ହିଁ ନୁହେଁ ଉଭୟ ଝିଅ ବି ଦେବିନାଙ୍କ ସହ ମେଳ ଖାଉଥିବା ଭଳି ଆଉଟଫିଟ ପିନ୍ଧିଥିଲେ । ଏହି ରାମ୍ପରେ ଦେବିନା ଗୋଟେ ଝିଅର ହାତ ଧରିଛନ୍ତି ଏବଂ ଅନ୍ୟ ଝିଅକୁ କୋଳରେ ଧରି ୱାର୍କ କରୁଥିଲେ ।

କିନ୍ତୁ ଦର୍ଶକ ଭାବେ ବସିଥିବା ପିତା ଗୁରମୀତଙ୍କୁ ଝିଅ ଯେପରି ଦେଖିଲେ ସେତେବେଳେ ଝିଅ ବହୁତ ଖୁସି ହୋଇଗଲା । ଏହା ପରେ ଦେବିନା ଝିଅମାନଙ୍କୁ ପ୍ରଥମେ ଗୁରମିତ ପାଖକୁ ନେଇ ଗଲେ, ସେଠାରେ ଗୁରମୀତ ସେମାନଙ୍କୁ ସ୍ନେହ କରିଲେ, ଏହାପରେ ସେ ଆଗକୁ ଯାଇଥିଲେ । ଦେବିନା ଷ୍ଟାଇଲେ ଚାଲିବା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କ ପ୍ରିୟର ଝିଅ ବାପା ପାଖକୁ ଯାଇ ଗୋଳରେ ବସିବାକୁ ଯିଦ କରିଥିଲା । ଏମିତିରେ ଦେବିନା ଝିଅଙ୍କୁ ସାଙ୍ଗରେ ନେଇ ରାମ୍ପ କରିବାକୁ ଚେଷ୍ଟା କରିଥିଲେ ।

 

View this post on Instagram

 

A post shared by F I L M Y G Y A N (@filmygyan)

Get real time updates directly on you device, subscribe now.