fbpx
BJD
BJD SKY
BJD SKY

ବଢିବାରେ ଲାଗିଛି ଟ୍ରେନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା : PMNRF ପକ୍ଷରୁ ସହାୟତା ରାଶି ଘୋଷଣା

ହାଇଦ୍ରାବାଦ : ଆନ୍ଧ୍ର ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା । ଗତ ରାତିରୁ ରେସ୍କ୍ୟୁ ଅପରେସନ ଚାଲିଛି । ତେବେ ଏହି ବୁର୍ଘଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪ରେ ପହଞ୍ଚଲାଣି । ଏବେ ପର୍ଯ୍ୟନ୍ତ ବଗି ଭିତରେ ମୃତଦେହ ରହିଛି । ଏନେଇ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୧୪ ଜଣ ମୃତକଙ୍କ ମଧ୍ୟରୁ ମାତ୍ର ୧୧ଜଣଙ୍କ ପରିଚୟ ମିଳିଛି । ଏହି ୧୧ ଜଣଙ୍କ ମଧ୍ୟରୁ ଓଡ଼ିଶାର କେହି ନୁହନ୍ତି । ଅନ୍ୟପଟେ ଏବେ ବି ୩ ଜଣ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ଲୋକୋ ପାଇଲଟ ଓ ଗାଡକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚି ଥିବା ବେଳେ ୫୦ରୁ ଆଧିକ ଆହାହ୍ମଧ୍ୟ ହୋଇଛନ୍ତି । ଏନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ସୂଚନା ଜାରି କରିଛନ୍ତି । ଏହି ଦୁର୍ଘଟଣାରେ ରେଳବାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ପ୍ରଧାନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରିଲଫ ଫଣ୍ଡ ପକ୍ଷରୁ ଟ୍ରେନ ଦୁର୍ଘଟଣାର ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଯୋଗାଇବେ ବୋଲି କହିଛନ୍ତି ।

b

Get real time updates directly on you device, subscribe now.