fbpx

ପିଆଜର ନିର୍ବାଚନ ସହ connection କ’ଣ, ମହଙ୍ଗା ମାଡ ଅନେକ ସରକାରଙ୍କୁ କରି ସାରିଛି କ୍ଲିନ ବୋଲ୍ଡ

Advertisement

ନୂଆଦିଲ୍ଲୀ : ୫ ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ମଧ୍ୟରେ ପିଆଜ ଦର ମହଙ୍ଗା ହେବା କ୍ଷମତାରେ ଥିବା ସରକାରଙ୍କ ଆଖିରେ ଲୁହ ଆଣିଛି । ଦେଶ ସାରା ଏବେ ପିଆଜ ଦରକୁ ନେଇ ଚର୍ଚ୍ଚା ହେବା ଆରମ୍ଭ ହୋଇସାରିଛି । ଦେଶରେ ରବିବାର ୨୯ ଅକ୍ଟୋବର ପିଆଜର ଦାମ ୮୩ ଟଙ୍କାରେ ପହଞ୍ଚିଥିଲା । ଏହା ଛଡା ଅନେକ ସହରରେ ଏହାର ମୂଲ୍ୟ୧୦୦ରେ ପହଞ୍ଚିଛି ।

ନିର୍ବାଚନୀ କ୍ଷେତ୍ର ମଧ୍ୟପ୍ରଦେଶରେ ଏବେ ପିଆଜ ମୂଲ୍ୟ ୪୪.୨୮ ଟଙ୍କାରେ ପହଞ୍ଚିଛି । ରାଜସ୍ଥାନରେ ୩୪ ଟଙ୍କା ହୋଇଛି । ଛତିଶଗଡରେ ୪୨, ମିଜୋରାମରେ୬୫ ଏବଂ ତେଲେଙ୍ଗାନାରେ ୩୮ ଟଙ୍କା କିଲୋପିଛା ଦର ରହିଛି । କିଛି ଦିନ ପରିବା ମାର୍କେଟ ଦର ପାଇଁ ଶାନ୍ତ ଥିବା ବେଳେ ପୁଣି ଏହା ଅଧିକ ହୋଇ ଉଠିଛି । ଦୀପାବଳୀ ପୂର୍ବରୁ ପରିବା ମହଙ୍ଗା ହେବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୧୯୯୮ରେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ରାଜ୍ୟର ସରକାରଙ୍କୁ ତାଙ୍କ କ୍ଷମତା ହରାଇବାକୁ ପଡିଥିଲା । ସେହି ବର୍ଷ ଦିଲ୍ଲୀରେ ପିଆଜ ଦର ୬୦ଟଙ୍କା ଥିଲା । ୧୨ ଅକ୍ଟେବରରେ ୧୯୯୮ ରେ ନୂୟର୍କ ଟାଇମରେ ପିଆଜ ଦରକୁ ନେଇ ଖବର ପ୍ରକାଶ ପାଇଥିଲା । ଯେଉଁଥିରେ ପିଆଜକୁ ଭାରତର ସବୁଠାରୁ ବିବାଦୀୟ ବୋଲି କୁହା ଯାଇଥିଲା ।
ଦିଲ୍ଲୀର ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ସେହି ସମୟରେ ଜଣେ ଗାୟକ ରୂପରେ ପ୍ରସିଦ୍ଧ ଲାଭ କରିଥିଲେ । ସେହି ସମୟରେ ତାଙ୍କ ଗୀତ “କା ହେ ଅଲଟ ଚାଚା, ପିୟାଜ ଅନାର ହୋଇ ଗଇଲ” ପ୍ରସିଦ୍ଧି ଲାଭ କରିଥିଲା । ଦିଲ୍ଲୀ ବିଧାନ ସଭା ନିର୍ବାଚନ ପୂର୍ବରୁ ଯେତେବେଳେ ପିଆଜ ଦର ବଢିଥିଲା ସେତେବେଳେ ଦିଲ୍ଲୀରେ ଥିବା ସେ ସମୟର ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କୁ ହଟା ଯାଇଥିଲା । ଏହା ପରେ ସୁଷମା ସ୍ୱରାଜ ମୁଖ୍ୟମନ୍ତ୍ୟୀ ହୋଇଥିଲେ । ତେବେ ଏଥିରେ ପିଆଜ ତାଙ୍କୁ କ୍ଲିନ ବୋଲ୍ଡ କରିଥିଲା । ତେବେ ନିର୍ବାଚନ ମସୟରେ ପିଆଜ ଦରକୁ ନେଇ ହଙ୍ଗାମା କରିଥିବା କଂଗ୍ରେସ ଜିତି ଥିଲା । ଶିଲା ଦିକ୍ଷିତ ଦକ୍ଷିଣ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୧୯୯୮ରେ ରେ ପିଆଜ ଦିଲ୍ଲୀରେ କଂଗ୍ରେସକୁ କ୍ଷମତାକୁ ଆଣିଥିଲା ଏହା ପରେ ୨୦୧୩ରେ ଏହି ପିଆଜ କଂଗ୍ରେସକୁ କନ୍ଦାଇ ପୁଣି ଆପକୁ କ୍ଷମତାକୁ ଆଣିଥିଲା ।ଆପାତକାଳ ପରେ ଦେଶରେ ଜନତା ପାର୍ଟିର ସରକାର ଗଠନ ହୋଇଥିଲା । କିନ୍ତୁ ପରେ କ୍ଷମତାରୁ ବେଦଖଲ ହୋଇଥିବା ଇନ୍ଦିରାଗାନ୍ଧୀ କୌଣସି କାରଣ ନଥିଲା ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ଏହା ପରେ ହଟାତ ପିଆଜ ଦର ବଢିବାରେ ଲାଗିଲା ଫଳରେ ଇନ୍ଦିରା ଗାନ୍ଧୀ ସରକାରଙ୍କୁ ଏହି ମହଙ୍ଗା କାରଣ ପାଇଁ ଟାର୍ଗେଟ କରିଥିଲେ । ଏହା ପରେ କଂଗ୍ରେସ ପୁଣି ଥରେ ପିଆଜ କାରଣରୁ କ୍ଷମତାକୁ ଆସିଥିଲା ।

Get real time updates directly on you device, subscribe now.