fbpx

Video: ବାହା ବେଦିରେ ଶୋଇପଡ଼ିଲା ମଦୁଆ ବର, ଆଉ ତା’ପରେ..

ନୂଆଦିଲ୍ଲୀ: କଥାରେ ଅଛି ‘ଶୋଇଲା ପୁଅର ଭାଗ ନାହିଁ’, ଆଉ ବାହା ବେଦିରେ ଶୋଇପଡିଲେ ଚଳିବ କେମିତି। ବିବାହ ପୂର୍ବରୁ ମଦ୍ୟପ ସ୍ୱାମୀର ଏଭଳି ଅବସ୍ଥା ଦେଖି ଯୁବତୀ ବାହା ବେଦୀରୁ ଉଠିଯାଇଥିଲେ। ଏଭଳି ଏକ ଘଟଣା ଘଟିଛି ଆସାମର ନାଲବାରୀ ଜିଲ୍ଲାରେ। ଯେଉଁଠାରେ ବର ଅତ୍ୟଧିକ ମଦ୍ୟପାନ କରିବା ପରେ ଜଣେ ମହିଳା ତାଙ୍କ ବିବାହ ବନ୍ଦ କରିଦେଇଥିଲେ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ବର ଆଦୌ ବାହାଘର ମୁଡ଼ରେ ନାହାନ୍ତି। ତାଙ୍କୁ ଏତେ ନିଶା ଘାରିଛି ଯେ, ବିବାହ ବେଦୀକୁ ସେ ନିଜର ବେଡ ରୁମ ଭାବି ନେଇଛନ୍ତି ବୋଧହୁଏ। ସେ ସମୟରେ ବର ପ୍ରବଳ ନିଶାରେ ଥିବାର ଦେଖାଯାଉଥିଲା ଏବଂ ରୀତିନୀତି କରିବା କଷ୍ଟକର ହୋଇପଡିଥିଲା। ଯେତେବେଳେ ପଣ୍ଡିତ ତାଙ୍କୁ ବିବାହ ପାଇଁ ତାଙ୍କର ମନ୍ତ୍ର ଦୋହରାଇବାକୁ କହିଥିଲେ ବର ସେତିକି ମଧ୍ୟ କରି ପାରି ନଥିଲେ। ଶେଷରେ ବିଚାର ବାର ଏତେ ନିଶା ସହ୍ୟ କରିନପାରି ଚଟାଣରେ ଶୋଇପଡ଼ିଥିଲେ।

ବର ପରିଚୟ ଅନୁଯାୟୀ, ସେ ପ୍ରସନ୍ନଜିତ ହାଲୋଇ ଭାବରେ ପରିଚିତ, ନାଲବାରୀ ସହରର ବାସିନ୍ଦା। ‘ ଏଭଳି ଅଭାବନୀୟ ଘଟଣାକୁ ନେଇ କନ୍ୟା ପକ୍ଷର ଜଣେ ସମ୍ପର୍କୀୟ କହିଛନ୍ତି, ବିବାହ ଭଲ ଚାଲିଥିଲା। ଆମେ ସମସ୍ତ ରୀତିନୀତି କରିଥିଲୁ। ବିବାହ ସମାପ୍ତ କରିବାକୁ ଆମ ପରିବାର ଯଥାସମ୍ଭବ ଚେଷ୍ଟା କରିଥିଲେ। ପରିସ୍ଥିତି ଖରାପ ହୋଇଯାଇଥିଲା ଯେ, ଝିଅ ବିବାହ ପାଇଁ ବସିବାକୁ ମନା କରି ଦେଇଥିଲା। ବର ପରିବାରର ପ୍ରାୟ ୯୫% ଲୋକେ ମଦ୍ୟପ ଥିଲେ। ଏହାପରେ ଆମେ ଗାଁ ମୁଖିଆଙ୍କ ସହ ଯୋଗାଯୋଗ କରି ପୋଲିସକୁ ଜଣାଇଥିଲୁ।

ସମ୍ପର୍କୀୟ ଆହୁରି ମଧ୍ୟ କହିଛନ୍ତି ଯେ, ବର କାରରୁ ମଧ୍ୟ ବାହାରି ପରି ନଥିଲା ଏବଂ ତାଙ୍କ ପିତା ଆହୁରି ମଦ୍ୟପାନ କରିଥିଲେ। ଏହି ବିଚିତ୍ର ଘଟଣା ପରେ ଝିଅର ପରିବାର ନାଲବାରୀ ପୋଲିସ ଷ୍ଟେସନରେ ବିବାହ ପାଇଁ କ୍ଷତିପୂରଣ ଦାବିରେ ଅଭିଯୋଗ କରିଥିଲେ।

Get real time updates directly on you device, subscribe now.