fbpx

ବଡ଼ ଦୁଃଖ ଖବର: କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାଜନୈତିକ ଜଗତରୁ ଏକ ଦୁଃଖଦ ଖବର ଆସିଛି । ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଜଣେ ଟାଣୁଆ ନେତାଙ୍କୁ ହରାଇଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ପରଲୋକ ଘଯିଛି । କାର୍ଡିଆକ ଆରେଷ୍ଟ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାଜ୍ୟ କଂଗ୍ରେସର ସମସ୍ତ ଯାତ୍ରାକୁ ସ୍ଥଗିତ ରଖାଯାଇଛି ।

ସୂଚନା ମୁତାବକ, କର୍ଣ୍ଣାଟକ ପ୍ରଦେଶ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆର. ଧ୍ରୁବନାରାୟଣଙ୍କ ଆଜି କାର୍ଡିଆକ ଆରେଷ୍ଟ କାରଣରୁ ପରଲୋକ ଘଟିଛି । ତାଙ୍କର ଅଚାନକ ବିୟୋଗରେ କଂଗ୍ରେସ ଶିବିରରେ ଶୋକର ଲହରୀ ଖେଳିଯାଇଥିବା ବେଳେ ରାଜ୍ୟରେ ଦଳର ସମସ୍ତ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଧ୍ରୁବଙ୍କ ମୃତ୍ୟୁରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ଶୋକ ବ୍ୟକ୍ତ କରିଛନ୍ତି ।

ଆଜି ସକାଳୁ ଧ୍ରୁବଙ୍କୁ କାର୍ଡିଆକ ଆରେଷ୍ଟ ଆସିଥିଲା । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେସଙ୍ଗେ ଡିଆରଏମଏସ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯାଇଥିବା ଡାକ୍ତର କହିଛନ୍ତି । ସକାଳ ପାଖାପାଖି ୬.୪୦ ସମୟରେ ଧ୍ରୁବଙ୍କୁ ମେଡିକାଲ ଅଣାଯାଇଥିଲା । ଧ୍ରୁବ ଗତ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଚାମରାଜନଗର ଆସନରୁ ଲୋକସଭା ସଦସ୍ୟ ରହିଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଜଣେ ବିଶ୍ୱସ୍ତ ଥିଲେ । ଧ୍ରୁବ କଂଗ୍ରେସର ଜଣେ ଆଗଧାଡ଼ିର ଦଳିତ ଚେହେରା ଭାବେ ବେଶ୍ ପରିଚିତ ଥିଲେ ।

Get real time updates directly on you device, subscribe now.