fbpx

(Video) ୭ ବର୍ଷ ପରେ ବାପା-ପୁଅଙ୍କ ମିଳନ; ‘ମୁଢୀ ପାଇଁ ମୁଁ ଆଜି ମୋ ଗାଁକୁ ଫେରି ଆସିଲି…’

ସୁବର୍ଣ୍ଣ ପୁର: ଗାଁର ମୋହ ମମତାକୁ କେହି କେବେ ଭୁଲି ପାନ୍ତି ନାହିଁ । କେହି ସୁବର୍ଣ୍ଣ ପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌- ଅନ୍ତର୍ଗତ ବିଶିପଡ଼ା ପଞ୍ଚାୟତ ଗୋପାଳପୁର ଗ୍ରାମର ଲକ୍ଷପତି ଭରାସାଗର ରେଳ ବିଭାଗରେ କାମ କରିବା ସହ ବାହା ହୋଇ ଅତି ଖୁସି ରେ ଚଳୁଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବାହା ହେଲା ପରେ ଗୋଟେ ବର୍ଷ ପରେ ତାଙ୍କର ଗୋଟେ ଶିଶୁପୁତ୍ର ଜନ୍ମ ନେଇଥିଲା। କେତେ ହସ ଖୁସି ରେ ଚଳୁଥିଲେ। ୫ ମାସ ପରେ ଲକ୍ଷପତି ଏବଂ ତାଙ୍କ ସ୍ତ୍ରୀ ଭିତରେ କୌଣସି କାରଣରୁ ତାଙ୍କ ତାଙ୍କ ଭିତରେ ମତାତନ୍ତର ହେବାରୁ ଲକ୍ଷ୍ୟପତି ଘରେ ନ ଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ୬ ମାସ ର ଶିଶୁ ପୁତ୍ର କୁ ଘରେ ଶୁଆଇଦେଇ ଅନ୍ୟତ୍ର ଚାଲିଗଲେ। ତାପରେ ସେଇ ଝଗଡ଼ା ଯାଇ କୋର୍ଟରେ ଗଡିଲା ତାସହ ତାଙ୍କୁ ୨ ବର୍ଷ ଜେଲ ମଧ୍ୟ ହୋଇଗଲା ଯଦ୍ୱାରା ତାଙ୍କ ଶିଶୁପତ୍ର କୁ ତାଙ୍କ ପଡିଶା ଘର କୋଳେଇ ନେଲେ।

ଯେତେ ବେଳେ ଲକ୍ଷପତି ୨ ବର୍ଷ ପରେ ଜେଲ୍ ରୁ ଫେରିଲେ ଇତି ମଧ୍ୟରେ ସେ ରେଳ ବିଭାଗରୁ ତାଙ୍କ ଚାକିରି ମଧ୍ୟ ଚାଲିଯାଇଥିଲା। ସେ ସେସବୁ ଭାବି ଭାବି ପାଗଳ ହେଇ ଗଲେ, କିଛି ବର୍ଷ ପାଗଳ ପରି ଘୁରି ବୁଲି କେତେ ବେଳେ କେଉଁଆଡେ କୁଆଡେ ଚାଲିଗଲେ ଯେ ତାଙ୍କ ପୁଅ ମଧ୍ୟ ଜାଣିପାରିଲେ ନାହିଁ। ଅନେକ ଖୋଜା ଖୋଜି କଲା ପରେ ମଧ୍ୟ ଲକ୍ଷ ପତିଙ୍କୁ ତାଙ୍କ ପୁଅ ପାଇ ପାରିଲେ ନାହିଁ। ହେଲେ ୭ ବର୍ଷ ପରେ ହଜିଥିବା ବାପାକୁ ଖୋଜି ପାଇଲା ପୁଅ। ଗତ କିଛି ଦିନ ହେବ ପାଗଳପରି ଯାଜପୁର ଜିଲ୍ଲା ଯମୁନା ଗ୍ରାମରେ ଏକ ଗଛ ତଳେ ରହୁଥିଲେ । ୭ ବର୍ଷ ହେବ ବହୁ ଖୋଜା ଖୋଜି ପରେ ପରିବାର ଲୋକ ଭାବିଥିଲେ ବାପାର ମୃତ୍ୟୁ ହୋଇଯାଇଛି । କିନ୍ତୁ ହଠାତ ଯାଜପୁରରୁ ସୋନପୁର କୁ ଫୋନ ଏବଂ ଫଟୋ ଯାଇଥିଲା । ପୁଅ ଚିହ୍ନି କରି କହିଥିଲା ଏ ମୋ ବାପା।

ଜନ୍ମ କଲା ବାପାକୁ ଘରକୁ ନେବା ଲାଗି ପୁଅ ବୋହୂ ଭଣଜା ପହଚିଂଥିଲେ ଯାଜପୁର ଭୁବନେଶ୍ୱର ପୁର ଯମୁନା ଗ୍ରାମକୁ। ଗ୍ରାମବାସୀ ବି ଅତିଥି ଆଗମନ ଭଳି ଅପେକ୍ଷା କରିଥିଲେ ଲକ୍ଷପତି ଭରା ସାଗର ଙ୍କ ସମ୍ପର୍କିୟ ଙ୍କୁ । ପ୍ରଥମେ ମାନ ଅଭିମାନ ପରେ ଆଦର ରେ କୋଳାକୋଳି ହୋଇଥିଲେ ହଜି ଯାଇଥିବା ବାପା ଓ ପୁଅ ବୋହୁ ଓ ଅନ୍ୟ ସମ୍ପର୍କିୟ। ପରିବାର ର ମିଳନ ପରେ ଗ୍ରାମବାସୀ ଲକ୍ଷପତିଙ୍କୁ ଗାଧୋଇ ଦେଇ ଦାଢି କାଟି ପୁଅ ବୋହୁ ଆଣିଥିବା ନୁଆ ବସ୍ତ୍ର ପିନ୍ଧାଇ ଖାଦ୍ୟ ଖୁଆଇ ଅତିଥି ଭଳି ଗାଡି କରି ବିଦାୟ କରିଥିଲେ। ଲକ୍ଷପତି ଭରା ସାଗର ସୋନପୁର ଜିଲ୍ଲା ଉଲୁଙ୍ଗା ଗୋପାଳପୁର ଅଂଚଳର। ସେ ରେଳବାଇରେ ଚାକିରି କରିଥିଲେ। ପାରିବାରିକ କଳହ ଓ ବିବାହ ବିଛେଦ ପରେ ସେ ଜେଲ ଯାଇଥିବା ପରିବାର ଲୋକ କହିଛନ୍ତି । ପରେ ଏହି ଘଟଣାକୁ ନେଇ ମାନସିକ ବିକୃତ ହୋଇ ଘରୁ ପଳାଇ ଆସିଥିଲେ। ପୁଅ ବହୂ ଖୋଜାଖୋଜି କରି ନପାଇବାରୁ ବାପା ମୃତ୍ୟୁବରଣ କରିସାରିଥିବା ଅନୁମାନ କରିଥିଲେ।

ହେଲେ ଯାଜପୁର ଯମୁନା ଗ୍ରାମବାସୀ ବାପାଙ୍କୁ ରଖି ଖବର ଦେଇଥିବାରୁ ବାପାଙ୍କ ପୁଣି ପୁନଃ ମିଳନ ହୋଇଥିବାରୁ ଗ୍ରାମବାସୀ ଙ୍କୁ ଶତ ନମସ୍କାର ଓ ଧନ୍ୟବାଦ ଜଣାଇଥିଲେ ପୁଅ ଶିବ ଭରା ସାଗର। ବୋହୂ ମଧ୍ୟ କହିଛନ୍ତି ବାପା ଘର ର ମୁରବୀ ତାଙ୍କୁ ନେବ ପରେ ଭଲରେ ରଖିବୁ ଆଉ କୁଆଡେ ଛାଡିବୁନି। ଅଜଣା ମଣିଷକୁ ଆଦର ଓ ଅତିଥି ଭାବି ତାହାର ପରିଚୟ ଖୋଜି ହଜିଥିବା ବାପାକୁ ଖୋଜୁଥିବା ପୁଅ ମଧ୍ୟରେ ମିଳନ କରାଇଥିବା ଯମୁନାର ସମୁହ ଗ୍ରାମବାସୀଙ୍କ ଉଦ୍ୟମ ପ୍ରଶଂସନୀୟ। ହେଲେ ଏପର୍ଯନ୍ତ ବି ସେ ପରିବାରର ଦୁଃଖ ଯାଇନି। ବାପା ଙ୍କୁ ପାଇ ଯେତିକି ଖୁସି ଲାଗୁଛି ସେତିକି ଦୁଃଖ ରେ ଅଛନ୍ତି ତାଙ୍କ ପୁଅ ବୋହୂ କାହିଁକି ନା ତାଙ୍କ ପାଈଁ ରହିବା ପାଇଁ ଭଲ ଘର ଖଣ୍ଡିଏ ନାହିଁକି ବାପାଙ୍କୁ ଚିକିତ୍ସା କରାଇବା ପାଇଁ ହାତରେ ପଇସା ନାହିଁ। ଖାଇବାକୁ କହିଲେ ଖାଲି ସରକାର ତରଫରୁ ମିଳୁଥିବା କିଛି ଚାଉଳ।

Get real time updates directly on you device, subscribe now.