fbpx

Video: ଧନବାଦ୍ ବିମାନବନ୍ଦରରୁ ଉଡ଼ିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇ ଘରେ ପଡିଗଲା ଗ୍ଲାଇଡର୍; ୨ ଜଣ ଆହତ

ଧନବାଗ: ଝାରଖଣ୍ଡର ଧନବାଗ ସ୍ଥିତ ଏୟାରପୋର୍ଟ ନିକଟରେ ଏକ ଘର ଉପରେ ଗ୍ଲାଇଡର ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏହି ଘଟଣାରେ ୨ ଜଣ ଗମ୍ଭିର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବିମାନ ବନ୍ଦରରୁ ଗ୍ଲାଇଡର୍ ଉଡ଼ିବା ମାତ୍ରେ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ପ୍ରାୟ ୫୦୦ ମିଟର ଦୂରରେ ଗ୍ଲାଇଡର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗ୍ଲାଇଡର୍ସ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପ୍ରଶାସନ ତୁରନ୍ତ ଆକସନ ମୋଡ୍‌ରେ ଆସିଥିଲା । ପୋଲିସ ଏବଂ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଘଟଣା ବିଷୟରେ ଖବର ପାଇଁ ସେଠାରେ ଲୋକମାନଙ୍କର ଭିଡ଼ ମଧ୍ୟ ଜମିଥିଲା।

ତେବେ କିଛି ସମୟ ପାଇଁ ଲୋକଙ୍କୁ ଗ୍ଲାଇଡର୍ ଦ୍ୱାରା ଧନବାଦ୍ ଭ୍ରମଣ କରାଯାଉଥିଲା। ଗୁରୁବାର ଦିନ ଗ୍ଲାଇଡର୍ ମଧ୍ୟ ଉଡାଣ ଭରିଥିଲା, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।ଅଧିକାରୀମାନେ ଏବେ ବୈଷୟିକ ତ୍ରୁଟି ଖୋଜୁଛନ୍ତି।

Get real time updates directly on you device, subscribe now.