fbpx

(video)କ’ଣ ଏଭଳି ବି ଆସେ ମୃତ୍ୟୁର ଡାକରା ! ଗାଡ଼ିରେ ବସି କଥା ହଉ ହଉ ନେଇ ଗଲା ଯମ…ଦେଖନ୍ତୁ

ନୂଆଦିଲ୍ଲୀ:ଦମନର ଦେବକାସ୍ଥିତ ଏକ ହୋଟେଲରେ ସ୍ଥାପିତ ଏକ ସିସିଟିଭିରେ ମୃତ୍ୟୁର ଏକ ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୃତ୍ୟୁର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଏହି ଭିଡିଓ ଦାମନ, ଦେବକାରେ ଅବସ୍ଥିତ ଏକ ନାମୀ ହୋଟେଲ ଅଟେ । ଯେଉଁଥିରେ ହୋଟେଲ ମାଲିକ ହଠାତ୍ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏଥି ସହିତ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି ।

ଭିଡ଼ିଓଟି ରେ ହୋଟେଲ ସନରାଇଜ ମାଲିକ ତଥା ମ୍ୟାନେଜର ଦୀପକ ଭଣ୍ଡାରୀ ଦୁଇ ଚକିଆ ଯାନରେ ବସି ତାଙ୍କ ପିତାଙ୍କ ସହ କଥାବାର୍ତ୍ତା ହେଉଥିଲେ। ଠିକ ଏହି ସମୟରେ ତାଙ୍କୁ ହଠାତ୍ ହୃଦଘାତ ଆସିଲା । ଆଉ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ପୁରା ଘଟଣା ହୋଟେଲର ସିସିଟିଭିରେ କଏଦ ହୋଇଥିଲା।ଏହି ଦୁଃଖଦ ଘଟଣା ଏବେ ସିସିଟିଭି ଭିଡିଓରେ କଏଦ ହେଇଛି ।

ବାସ୍ତବରେ, ଫୋନରେ କଥାବାର୍ତ୍ତା କରୁଥିବା ସମୟରେ ହୋଟେଲର ମାଲିକ ସ୍କୁଟି ତଳକୁ ପଡିଯାଇଥିଲେ । ଏହା ପରେ, ତାଙ୍କ ପାଖରେ ଥିବା ଲୋକମାନେ ତୁରନ୍ତ ସ୍କୁଟିକୁ ହଟାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସ୍ୱର ଶୁଣି ଏକ ହୋଟେଲ କର୍ମଚାରୀ ମଧ୍ୟ ଦୌଡ଼ି ଆସନ୍ତି। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ମୁତାବକ ସାରା ଦେଶରେ ହଠାତ୍ ହୃଦଘାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହା ପରେ ଏଭଳି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରାଯାଉଛି।

Get real time updates directly on you device, subscribe now.