fbpx

ଆଜି ବିଶ୍ୱ ରାଜଯକ୍ଷ୍ମା ଦିବସ: ଯକ୍ଷ୍ମା ନିରାକରଣରେ ଜାତୀୟ ସ୍ତରରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର: ଆଜି ବିଶ୍ୱ ରାଜଯକ୍ଷ୍ମା ଦିବସ। ରାଜଯକ୍ଷ୍ମା ବା ଟିବି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱସ୍ତରରେ ଏହାର ସଂକ୍ରମଣ ରୋକିବା ଲାଗି ଉଚିତ୍‍ ସମୟରେ ପଦକ୍ଷେପ ନେବାକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ରାଜଯକ୍ଷ୍ମା ଦିବସ ପାଳନ କରାଯାଉଛି। ୧୮୮୨ ମସିହା ଆଜିର ଦିନରେ ଜର୍ମାନ ଗବେଷକ ଡାକ୍ତର ରବର୍ଟ କୋଚ୍‍ ଏହି ସଂକ୍ରମଣର କାରଣ ହେଉଥିବା ମାଇକୋ ବ୍ୟାକ୍ଟେରିୟମ ଟ୍ୟୁବରୋ କୁଲୋସିସ୍‍ ବ୍ୟାକ୍ଟେରିଆକୁ ଆବିଷ୍କାର କରିଥିଲେ। ଏହାର ଚିକିତ୍ସା ଓ ନିବାରଣ ସମ୍ଭବ ହୋଇଥିବାବେଳେ ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରଖାଯାଇଛି ହଁ, ଆମେ ଟିବିକୁ ସମାପ୍ତ କରିପାରିବା।

ତେବେ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ରାଜ୍ୟରେ ଯକ୍ଷ୍ମା ନିରାକରଣରେ ସାମିଲ ହୋଇଥିବା ସମସ୍ତ ଅନୁଷ୍ଠାନ ତଥା ସ୍ୱେଚ୍ଛାସେବୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ଯକ୍ଷ୍ମାମୁକ୍ତ କରିବାର ଲକ୍ଷ୍ୟ ପୂରଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ ଜାତୀୟ ସ୍ତରରେ ଯକ୍ଷ୍ମା ନିରାକରଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଜନ-ଭାଗିଦାରୀଙ୍କ ସାହାଯ୍ୟରେ ବିଶ୍ୱଲକ୍ଷ୍ୟ୨୦୩୦ ଠାରୁ ପାଞ୍ଚ ବର୍ଷ ଆଗରେ ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତି ଲକ୍ଷ୍ୟ ହାସଲ କରିବାକୁ ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।

Get real time updates directly on you device, subscribe now.