fbpx

ରାଜ୍ୟର ସବୁ ହାଇସ୍କୁଲରେ ‘ସ୍କୁଲ୍ କ୍ଲବ୍’ ସହ ପୁନଃଗଠନ ହେବ ଛାତ୍ର କ୍ୟାବିନେଟର; ୨୦୨୩-୨୪ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର:ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ କରାଯିବ । ଏହି କ୍ଲବ ଗୁଡିକର ନାମ ଯଥାକ୍ରମେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଏବଂ କ୍ରିଡାଙ୍ଗନ ରଖିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ପ୍ରବର୍ତ୍ତିତ ଆକାଂକ୍ଷୀ ପାଠ୍ୟକ୍ରମକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହ ସେମାନଙ୍କ ବ୍ୟକ୍ତିଗତ ଶିକ୍ଷଣ ଅଭିଜ୍ଞତାକୁ ବିକଶିତ କରିବାରେ ଏହି କ୍ଲବ୍ ବିଶେଷ ସହାୟକ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍.ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ମୋ ସ୍କୁଲ ଅଭିଯାନ’ର ୩୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ କ୍ଲବ ବ୍ୟବସ୍ଥାର ସୁପରିଚାଳନା ସହ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର କ୍ୟାବିନେଟର ପୁନଃଗଠନ ଉପରେ ଆଲୋଚନା କରାଯାଇଥିଲା ।

ବୈଠକରେ ଓଡ଼ିଶାର ୨୭ଟି ଜିଲ୍ଲାର ମୋଟ ୯୬ କୋଟି ୫୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ,ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍ସିଇଆରଟି ଏବଂ ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ, ମୋ ସ୍କୁଲ୍ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.