fbpx

Video: ମେଡିକାଲରୁ ଇମ୍ରାନ୍ ଖାନ୍‌ଙ୍କ ସାମ୍ବାଦୀକ ସମ୍ମିଳନୀ: କହିଲେ- ‘ମୋତେ ଆକ୍ରମଣ କରାଯିବ ପୂର୍ବରୁ ଜଣା ପଡିଥିଲା’

ନୁଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ବଡ଼ ଖୁଲାସା କରିଛନ୍ତି । ଗୁଳିମାଡ଼ ପରେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଇମ୍ରାନ୍ ଆକ୍ରମଣ ପରେ ମୁହଁ ଖୋଲିଛନ୍ତି । ଇମ୍ରାନ୍ କହିଛନ୍ତି କି, ‘ତାଙ୍କୁ ଗୋଟିଏ ଦିନ ପୁର୍ବରୁ ଜଣାପଡିଯାଇଥିଲା ଯେ, ତାଙ୍କ ଉପରେ ଆକ୍ରମଣ ହେବ।’ ତାଙ୍କ ଗୋଡ଼ରେ ଚାରୋଟି ଗୁଳି ବାଜିଥିବା ଇମ୍ରାନ କହିଛନ୍ତି। ଏହି ଅଭିଯୋଗ କରିବା ସହିତ ଇମ୍ରାନ ଶାହାବାଜ ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ଏପରିକି ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ସରକାରୀ ଟଙ୍କାର ବ୍ୟବହାର ମଧ୍ୟ କରାଯାଇଥିଲା ।

ଗତକାଲି ପଞ୍ଜାବ ପ୍ରଦେଶର ୱାଜିରାବାଦରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ) ମୁଖ୍ୟଙ୍କ ଇମ୍ରାନଙ୍କ ରାଲି ଉପରେ ଆକ୍ରମଣ କରାଯାଇଥିଲା ଏବଂ ଇମ୍ରାନଙ୍କ ଗୋଡରେ ଗୁଳି ବାଜିଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୧୦ ଜଣ ଆହତ ହୋଇଛନ୍ତି। ଆଜିର ସମ୍ବୋଧନ ସମୟରେ ଇମ୍ରାନ କହିଛନ୍ତି, ‘ମୁଁ ଆକ୍ରମଣର ସବିଶେଷ ତଥ୍ୟ ଦେବି। କିନ୍ତୁ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ମୁଁ ଜାଣିଲି ଯେ ସେମାନେ ୱାଜିରାବାଦରେ ମୋତେ ହତ୍ୟା କରିବାକୁ ଯୋଜନା କରିଛନ୍ତି।’

ଇମ୍ରାନ ତାଙ୍କ ସମ୍ବୋଧନ ସମୟରେ ପିଏମଏଲ-ଏନ- ଏବଂ ପିପିପି ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେ କହିଥିଲେ କି ଦୁଇ ଦଳ ବିପୁଳ ମାତ୍ରାରେ ଦୁର୍ନୀତିରେ ବୁଡି ରହିଛନ୍ତି । ଏହି ସାମ୍ବୋଧନରେ ଇମ୍ରାନ ସେନାକୁ ମଧ୍ୟ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, ଲୋକେ ମୋତେ ଭୋଟ୍ ଦେଇଥିଲେ । କିନ୍ତୁ ସେମାନେ(ସୈନ୍ୟ) ନିଷ୍ପତି ନେଇଥିଲା ଯେ, ଏବେ ସମୟ ଆସି ସାରିଛି କି ସେମାନେ ମୋତେ ରାସ୍ତାରୁ ହଟାଇ ଦେବେ ।

Get real time updates directly on you device, subscribe now.