fbpx

Video: ପ୍ରାଚୀନ ଗତେଶ୍ୱର ମହାଦେବ ମନ୍ଦିର ପୀଠରେ ପୂଜା ପାଆନ୍ତି ମା’ ଜାଗେଶ୍ୱରୀ

AAKASH

ପୁରୀ: ଗଙ୍ଗବଂଶୀ ରାଜତ୍ୱ ସମୟରେ ସେ ସମୟରେ ଉତ୍କଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଶୈବ ଓ ବୈଷ୍ଣବ ମନ୍ଦିରମାନ ନିର୍ମାଣ ହୋଇଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗଙ୍ଗବଂଶୀ ଶାସନ କାଳର ପ୍ରମୁଖ ଶିବ ମନ୍ଦିର ହେଲା ଅଳଗୁମ ଗାଁରେ ଥିବା ଏକାଦଶ ଶତାବ୍ଦୀରେ ନିର୍ମିତ ବହୁ ପ୍ରାଚୀନ ମନ୍ଦିର ହେଉଛି ଗତେଶ୍ୱର ମହାଦେବ ମନ୍ଦିର। ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିର ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଏହି ମନ୍ଦିରଟି ଅବସ୍ଥିତ । ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ଗର୍ଭ ଗୃହରେ ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ ହୋଇଥିବା ବେଳେ, ମନ୍ଦିର ଗାତ୍ରରେ ଗଣେଶ, କାର୍ତ୍ତିକ ଓ ପାର୍ବତୀଙ୍କ ପ୍ରତିମା ପାର୍ଶ୍ୱଦେବତା ରୂପେ ରହିଛନ୍ତି। ରେଖ ଶୈଳୀରେ ନିର୍ମିତ ମନ୍ଦିର ବିମାନରେ ବିଶେଷ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ। ରାହୁମୁଖ ତଳେ ଓ ପାର୍ଶ୍ୱଦେବଦେବୀଙ୍କ ମୂର୍ତ୍ତିର ଉପରିଭାଗରେ କେତେକ କାରୁକାର୍ଯ୍ୟ ଯାହା ଦେଖିବାକୁ ମିଳେ।

ଗ୍ରାମ୍ୟ ପରିବେଶ ସହିତ ଗତେଶ୍ୱର ମନ୍ଦିର ପରିସରଟି ମଧ୍ୟ ଖୁବ୍ ପରିଷ୍କାର ଓ ପରିଚ୍ଛନ୍ନ ଥିବା ଦେଖିବାକୁ ମିଳେ। ଏହି ହଜାର ବର୍ଷର ପ୍ରାଚୀନ ମନ୍ଦିରଟି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ସଂରକ୍ଷିତ ଓ ସୁରକ୍ଷିତ। ଅଳଗୁମ ଗ୍ରାମର ଏହି ଗତେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜାଗେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ରହିଛି। ଗର୍ଭ ଗୃହସ୍ଥ ମା’ଙ୍କ ପ୍ରତିମାଟି ଏକ ପ୍ରାଚୀନ ମୂର୍ତ୍ତି । ମାଆ ଜାଗେଶ୍ୱରୀଙ୍କର ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ପାରମ୍ପରିକ ରୀତିରେ କାଠିଯାତ୍ରା ଅନୁଷ୍ଠିତ ହୁଏ। ଯେଉଁଥିରେ ହଜାର ହଜାର ମାନସିକ ଧାରି ଶ୍ରଦ୍ଧାଳୁ ସାମିଲ ହୁଅନ୍ତି । ସତ୍ୟବାଦୀ ଅଞ୍ଚଳ ରେ ଅନେକ ପୁରାତନ ମନ୍ଦିର ରହିଛି କିଛି ମନ୍ଦିରର ଉନ୍ନତିକରଣ ହୋଇଥିବା ବେଳେ ଆଉକିଛି ଲୋକଲୋଚନ ରୁ ଦୂରରେ ରହି ପ୍ରାୟ ଧ୍ୱଂସ ହୋଇଗଲାଣି।

Get real time updates directly on you device, subscribe now.