fbpx
BJD SKY
BJD SKY

ଓଠର ଗଠନ ଦେଖି ଜାଣନ୍ତୁ ବ୍ୟକ୍ତିଙ୍କ ସ୍ୱଭାବ: ଲୁଚି ରହିଥାଏ ଅନେକ ରହସ୍ୟ

BJD

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ପରି ଅନେକ ଶାସ୍ତ୍ର ରହିଛି । ଯାହା ମାଧ୍ୟମରେ ଆମେ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି କଥା ଜଣିପାରିଥାଉ । ତେବେ ଆପଣ ଅନେକ ସମୟରେ ଶୁଣିଥିବେ ଯେ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଙ୍ଗ ଦେଖି ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣି ହୋଇଥାଏ । ତେବେ ସେଥିମଧ୍ୟରୁ ଗୋଟିଏ ଅଙ୍ଗ ହେଉଛି ବ୍ୟକ୍ତିର ଓଠ । ଯାହାକୁ ଦେଖି ବକ୍ତିର ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କଥା ଜଣା ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଓଠର ଗଠନ ଦେଖି କିପରି ଜାଣିବେ ବୟକ୍ତିଙ୍କ ବ୍ୟକ୍ତିତ୍ୱ ଏବଂ ସ୍ୱଭାବ ବିଷୟରେ ।

ଓଠର ଗଠନ ଦେଖି ଜାଣନ୍ତୁ ସ୍ୱଭାବ:

୧-ମୋଟା ଓଠ: ଯେଉଁ ବ୍ୟକ୍ତିଙ୍କ ଓଠର ଆକାର ମୋଟା ହୋଇଥାଏ ସେମାନଙ୍କ ସ୍ୱଭାବ ଖୁବ ସୁନ୍ଦର ହୋଇଥାଏ । ସେମାନେ ସ୍ୱଚ୍ଛ ହୃଦୟର ବ୍ୟକ୍ତି ହୋଇଥାନ୍ତି । ଏଥି ସହିତ ଏହି ବ୍ୟକ୍ତିମାନେ ପରୋପକାରୀ ହେବା ସହ ସମ୍ପର୍କକୁ ନେଇ ବହୁତ ସଚ୍ଚୋଟ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ପରିବାର ଏବଂ ସାଙ୍ଗ ସାଥିମାନଙ୍କ ସହିତ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । ଏତତ୍ ବ୍ୟତୀତ ଏହି ବ୍ୟକ୍ତିମାନେ ଆଗ ପଛ କିଛି ବିଚାର ନକରି କଥା କହିଦିଅନ୍ତି । ଯାହାକି ତାଙ୍କୁ ଅନେକ ଅସୁବିଧାରେ ପକାଇଥାଏ ।

୨-ତଳ ଓଠ ମୋଟା: ତେବେ ତଳ ଓଠ ମୋଟା ଥିବା ବ୍ୟକ୍ତିମାନେ ସର୍ବଦା ହସ ଖୁସି ସ୍ୱଭାବର ହୋଇଥାନ୍ତି । ତେବେ ଏହି ବ୍ୟକ୍ତିମାନେ ଶାନ୍ତି ପୂର୍ଣ୍ଣ ଜୀବନ ଅତି ବାହିତ କରିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତିମାନେ କ୍ୟାରିୟରରେ ସଫଳତା ପାଇବା ସହ ନୂଆ ଜିନିଷ ବିଷୟରେ ଜାଣିବାକୁ ଆଗ୍ରାହ ରଖିଥାନ୍ତି ।

୩-ଉପର ଓଠ ମୋଟା : ଯେଉଁ ବ୍ୟକ୍ତିଙ୍କ ଉପର ଓଠ ମୋଟା ଥାଏ ସେମାନେ ଡ୍ରାମା ଲଭର ହୋଇଥାନ୍ତି । ଏହି ଲୋକଙ୍କୁ ଖୁବ୍ ଶିଘ୍ର ଲୋକେ ପସନ୍ଦ କରିଥାନ୍ତି । ତେବେ ଏହି ବୟକ୍ତିମାନଙ୍କ ସେନ୍ସ ଅଫ ହ୍ୟୁମର ବହୁତ ଭଲ ହୋଇଥାଏ । ଏମାନେ କୌଣସି ବି ସ୍ଥାନରେ ନିଜର କଥାକୁ ଅତି ସହଜରେ କହି ପାରନ୍ତି ।

୪-ପତଳା ଓଠ: ଏପରି ଓଠ ଥିବା ବ୍ୟକ୍ତିମାନେ ସର୍ବଦା ଏକା ରହିବାକୁ ଭଲ ପାଇଥାନ୍ତି । ଲୋକଙ୍କ ସହ ମିଶିବାକୁ ଏହି ବ୍ୟକ୍ତିମାନଙ୍କୁ ଅଧିକ ସମୟ ଲାଗିଥାଏ । ଏଥି ସହିତ ଏହି ବ୍ୟକ୍ତିମାନେ ସମସ୍ତଙ୍କ ସହ ମିଶି ପାରନ୍ତି ନାହିଁ ।

୫- ଧନୁ ଆକାର ଓଠ: ଯେଉଁ ବ୍ୟକ୍ତିଙ୍କ ଓଠର ଆକାର ଧନୁ ପରି ହୋଇଥାଏ, ସେମାନେ ଭଲ କମ୍ୟୁନିକେଟର ହୋଇଥାନ୍ତି । ଏହି ବ୍ୟକ୍ତିମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏଥି ସହିତ ଏହି ବ୍ୟକ୍ତିମାନଙ୍କର ଏକ ବିଶେଷତ୍ୱ ହେଉଛି ଏମାନେ ନିଜକୁ ସବୁ ସ୍ଥାନରେ ସ୍ଥାପିତ ବା ଅର୍ଡଜଷ୍ଟ କରିପାରନ୍ତି ।

Get real time updates directly on you device, subscribe now.