fbpx

Sensex ୮୦୦ ପଏଣ୍ଟ ଖସିଲା, Nifty ପାଖାପାଖି ୧୭,୫୦୦ ସ୍ତରରେ ପହଞ୍ଚିଲା, ଇନଫୋସିସ ଶେୟାର ୨ ପ୍ରତିଶତ ହ୍ରାସ ପାଇଲା

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଦୁର୍ବଳ ଆର୍ଥିକ ସ୍ଥିତି କାରଣରୁ ଆଜି ସକାଳ ସମୟରେ ଭାରତୀୟ ବଜାରର ସ୍ଥିତି ନିମ୍ନମୁହାଁ ହୋଇଥିଲା । ନିଫ୍ଟୀ ୧୭,୫୫୦ ସ୍ତରରୁ ତଳେ ରହିବା ସହ ୨୦୦ ପଏଣ୍ଟରେ ପହଞ୍ଚିଥିଲା । ଅପରପକ୍ଷେ ଏସଆଣ୍ଡପି ବିଏସଇ ସେନସେକ୍ସ ୮୦୦ ପଏଣ୍ଟରେ ୫୮,୭୩୪ ସ୍ତରରେ ଟ୍ରେଡ କରିଥିଲା ।

ଭାରତୀ ଏୟାରଟେଲ, ବଜାଜ ଫିନସର୍ଭ, ଅଲଟ୍ରାଟେକ ସିମେଣ୍ଟ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ମାନଦଣ୍ଡ ସୂଚକାଙ୍କ କାରଣରୁ କ୍ଷତି ସହିଥିଲେ । ଇନଫୋସିସ, ଟିସିଏସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆଇସିଆଇସିଆଇ ବ୍ୟାଙ୍କର ସାର୍ପ କଟ ହୋଇଥିଲା । ନିଫ୍ଟୀ ସ୍ମଲକ୍ୟାପ ୧୦୦ ଓ ନିଫ୍ଟୀ ମିଡକ୍ୟାପ ୧୦୦ ତଳକୁ ଖସି ୦.୫ ପ୍ରତିଶତରେ ପହଞ୍ଚିଥିଲା ।

ନିଫ୍ଟୀ ଆଇଟି ଓ ନିଫ୍ଟୀ ବ୍ୟାଙ୍କ ଖରାପ ପରିସ୍ଥିତିର ସମ୍ମୁଖୀନ ହୋଇ ପ୍ରତ୍ୟେକ ୧ ପ୍ରତିଶତ ତଳକୁ ଖସିଥିଲେ । ଆମେରିକା, ୟୁରୋପ ସହିତ ବଡ଼ ବଡ଼ ବଜାରର ସ୍ଥିତି ଦୁର୍ବଳ ରହିଥିବା ବେଳେ ଭାରତୀୟ ବଜାରର ପ୍ରଦର୍ଶନ ଏବେ ମୁଖ୍ୟ ଆକର୍ଷଣ ପାଲଟିଥିବା ଜିଓଜିଟ ଫାଇନାନ୍ସିଆଲ ସର୍ଭିସେସର ଚିଫ୍ ଇନଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭିକେ ବିଜୟକୁମାର କହିଛନ୍ତି ।

ବ୍ୟକ୍ତିଗତ ଷ୍ଟକ ମଧ୍ୟରେ ଅଶୋକ ଲେଲ୍ୟାଣ୍ଡର ଶେୟାର ୫୨ ସପ୍ତାହରେ ଶେୟାର ପିଛା ୧୫୯ ଟଙ୍କା ଶିଖର ଛୁଇଁଛି । ୟୁଏଇର ଜଣେ ଅଟୋ ନିର୍ମାତା ୧୪୦୦ ସ୍କୁଲ ବସ୍ ପାଇଁ ମେଗା ଅର୍ଡର କରିବା ପରେ ଶେୟାରରେ ଏହି ବୃଦ୍ଧି ଦେଖିବାକୁ ମିଳିଥିଲା । ସେହିପରି ବାଓକଏନର ପ୍ରତି ଶେୟାର ମୂଲ୍ୟ ୫୨ ସପ୍ତାହରେ ୨୯୭ ଟଙ୍କାରେ ଦୁର୍ବଳ ଅବସ୍ଥାରେ ରହିଥିବା ଦେଖାଯାଇଛି ।

Get real time updates directly on you device, subscribe now.