ଭୁବନେଶ୍ୱର: ଅନେକଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିସାରିଲାନି, ହେଲେ ଆପଣଙ୍କ ଖାତାକୁ ଆସିନି ଟଙ୍କା । କେତେଜଣ ପୁଣି ରେଜିଷ୍ଟ୍ରେସନ କଲେଣି, କିଛି ପୁଣି ନିଜ ଦସ୍ତାବିଜ ଦାଖଲ କରିସାରିଲେଣି, ତଥାପି ହେବାକୁ ପଡୁଛି ନିରାଶ । ତେବେ ହୁଏତ ଆପଣଙ୍କ ଆକାଉଣ୍ଟ ଚେକକରନ୍ତୁ ତା କିଛି ବ୍ୟାଙ୍କ ଖାତାକୁ ଆସିବ ନାହିଁ ସୁଭଦ୍ରା ଟଙ୍କା ।
ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ କି, ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ହେଲେ ବାସ୍ତବରେ କେଉଁମାନେ ଯୋଗ୍ୟ, କେଉଁମାନେ ଅଯୋଗ୍ୟ ସେବିଷୟରେ ଅନେକ ଜାଣିନାହାନ୍ତି, ଯାହାକୁ ନେଇ ଏତେ ଦ୍ୱନ୍ଦ୍ୱ । ତେବେ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ନୂଆ ଏକ ବୟାନ ଆସିଛି । କେଉଁ ଖାତାକୁ ଯିବ ନାହିଁ, ଖାତା ସହ ଇକେୱାଇସି ସମସ୍ୟା, ଆଦିକୁ ନେଇ କଣ ରହିଛି ସରକାରୀ ନିୟମ?
ତେବେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ହିତାଧିକାରୀ ଦେଇଥିବା ଆକାଉଣ୍ଟକୁ ଦିଆଯିବ ସୁଭଦ୍ରା ଟଙ୍କା । ତେବେ ଏଥିରେ ଡିବିଟି ସକ୍ଷମତା ଥିବା ଜରୁରୀ । ଗୋଟିଏ ବ୍ୟାଙ୍କକୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ଟଙ୍କା ଯାଇପାରିବ ।
୨ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି, ପାଖାପାଖି ୯୨ ଲକ୍ଷ ଲୋକ ଆବେଦନ କରିଥିବା ନେଇ ସେତେବେଳେ ଜାଣିବାକୁ ପାଇଥିଲି । ଭାବୁଛୁ ଆଉ ଏକ ସପ୍ତାହ ଭିତରେ ୧ କୋଟି ଲୋକ ଆବେଦନ କରିବେ । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦିଆଯାଇଛି କହିଛନ୍ତି ପ୍ରଭାତୀ ପରିଡା ।