fbpx

ନାଇଟକ୍ଲବରେ ରାହୁଲ ଗାନ୍ଧୀ କରୁଛନ୍ତି ପାର୍ଟୀ! ଭିଡିଓ ଭାଇରାଲ ହେବା ପରେ ଟାର୍ଗେଟ କଲେ ବିରୋଧୀ

Advertisement

କାଠମାଣ୍ଡୁର ଏକ ନାଇଟକ୍ଲବରେ ରାହୁଲ ଗାନ୍ଧୀ ପାର୍ଟୀ କରୁଥିବା ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । କାଠମାଣ୍ଡୁର ଏକ ପ୍ରସିଦ୍ଧ ନାଇଟକ୍ଲବ ଲର୍ଡ ଅଫ୍ ଦ ଡ୍ରିଙ୍କସ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେପି ନେତା ଦାବି କରିଛନ୍ତି ଯେ ଏହି ନାଇଟକ୍ଲବରେ କଂଗ୍ରେସରେ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟୀ କରିବାକୁ ଯାଇଥିଲେ । ସେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଛନ୍ତି । ଯେଉଁଥିରେ ରାହୁଲ ଗାନ୍ଧୀ ନାଇଟକ୍ଲବ ଭଳି ଏକ ସ୍ଥାନରେ ରାହୁଲ ଗାନ୍ଧୀ ଛିଡ଼ା ହୋଇଥିବାର ନଜର ଆସୁଛନ୍ତି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜନିତୀ ଜୋର୍ ଧରିଛି । କାଠମାଣ୍ଡୁ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀ କାଠମାଣ୍ଡୁର ମ୍ୟାରିଓଟ ହୋଟେଲରେ ରହିଛନ୍ତି । କାଠମାଣ୍ଡୁର ମ୍ୟାରିଅଟ ହୋଟେଲ ଠାରୁ ପ୍ରାୟ ୨ କିମି ଦୂରେରେ ଏହି ପବ୍ ରହିଛି ।

ପ୍ରକୃତରେ ରାହୁଲ ଗାନ୍ଧୀ ନେପାଳ ଗସ୍ତରେ ନିଜ ବ୍ୟକ୍ତିଗତ କାମରେ ଯାଇଛନ୍ତି । ରିପୋର୍ଟ ଅନୁଯାୟୀ ସେ ସେଠାରେ ନିଜ ଏକ ନେପାଳୀ ବନ୍ଧୁଙ୍କ ବିବାହରେ ସାମିଲ ହେବା ପାଇଁ ଯାଇଛନ୍ତି । ଏହାରି ମଧ୍ୟରେ ନେପାଳ ଗସ୍ତର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏକ ନାଇଟ କ୍ଲବରେ ପାର୍ଟୀ କରୁଥିବାର ନଜର ଆସିଛନ୍ତି ।

ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଟାର୍ଗେଟ କରିଛି । ବିଜେପି ନେତା କପିଲ ମିଶ୍ରା, ଅମିତ ମାଲବୀୟ, ଶହଜାଦ ପୁନାୱାଲାଙ୍କ ସହ ଅନେକ ନେତା ରାହୁଲଙ୍କ ଉପରେ ଟାର୍ଗେଟ କରିଛନ୍ତି । ବିଜେପି ନେତା ମଧ୍ୟ ରାହୁଲଙ୍କ ଏକ ଭିଡିଓ ଶେୟାର କରିଛନ୍ତି ।

ସେହିଭଳି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା କହିଛନ୍ତି ଯେ ରାହୁଲ ଗାନ୍ଧୀ କିଛି ଭୁଲ କରିନାହାଁନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବରେ କାଠମାଣ୍ଡୁ ନିଜ ବନ୍ଧୁଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଯାଇଛନ୍ତି । ସେ ଆହୁରି କହିଛନ୍ତି ବିବାହ ଆଦି କାର୍ଯ୍ୟକ୍ରମରେ ସାମିଲ ହେବା ଆମର ସଂସ୍କୃତି ।

Get real time updates directly on you device, subscribe now.