fbpx
BSKY
BJD SHG SKY
BJD MC SKY

Video: ପିଲାମାନଙ୍କୁ ଜାତୀୟ ପତାକା ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’

ଗୁଜରାଟ: ପ୍ରଧାନମନ୍ତ୍ରୀଙ୍କ ଡାକରା ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି ତାଙ୍କ ମା। ଚଳିତ ଜୁନ୍‌ରେ ଶହେ ବର୍ଷରେ ପଦାର୍ପଣ କରିଥିବା ମୋଦିଙ୍କ ମା’ ହୀରବା ମୋଦି ଶନିବାର ଗୁଜରାଟରେ ଅହମ୍ମଦାବାଦର ଗାନ୍ଧିନଗରରେ ଜାତୀୟ ପତାକା ବଣ୍ଟନ କରିଛନ୍ତି। ତାଙ୍କ ବାସଭବନ ନିକଟରେ କିଛି ସ୍କୁଲ ପିଲାଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ। ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତିନି ଦିନିଆ ହର ଘର ତିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ରାଜଧାନୀର ଶିଶୁ ବିଶ୍ୱବିଦ୍ୟାଳୟରେ ସେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ଉତ୍ତୋଳନ କରିଥିଲେ। ଏହି ଅଭିଯାନରେ ସାମିଲ ହୋଇ ହୀରବା ମୋଦି ତାଙ୍କ ବାସଭବନରେ ପିଲାମାନଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ। ଏଥିସହ ପିଲାମାନଙ୍କ ଗହଣରେ ସେ ଜାତୀୟ ପତାକା ଉଡ଼ାଇଥିଲେ।

ହୀରବା ପ୍ରଧାନମନ୍ତ୍ରୀଙ୍କ ସାନଭାଇ ପଙ୍କଜ ମୋଦିଙ୍କ ସହ ରୁହନ୍ତି। ସୂଚନା ଅନୁଯାୟୀ, ‘ଅମୃତ ମହୋତ୍ସବ’ ଅବସରରେ ଦେଶବ୍ୟାପୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ହର ଘର୍ ତ୍ରିରଙ୍ଗା ସ୍ଲୋଗାନରେ ପଦଯାତ୍ରା ଆରମ୍ଭ ହୋଇଛି। ଅଗଷ୍ଟ ୧୩ ରୁ୧୫ ଯାଏଁ ପ୍ରତି ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଆହ୍ୱାନ କରିଛନ୍ତି ମୋଦି।

Get real time updates directly on you device, subscribe now.