fbpx

କଡାକଡି ହେଲା ହେଲମେଟ ନିୟମ:ବିନା ହେଲମେଟରେ ହେବ ଲାଇସେନ୍ସ…

ଭୁବନେଶ୍ୱର: ଏଣିକି ପୁଣି କଡାକଡି ହେଲା ନିୟମ । ହେଲମେଟ ପିନ୍ଧା ଉପରେ ପୁଣିଲାଗିଲା କଟକଣା । ହେଲମେଟ ନପିନ୍ଧିଲେ ଗଣିବାକୁ ହେବ ମୋଟା ରକମର ଅଙ୍କ । ରାଜ୍ୟ ରେ ପୁଣି ଥରେ ହେଲମେଟ ପିନ୍ଧିବାକୁ ନେଇ ଦିଆ ଯାଇଛି ସତର୍କ ସୂଚନା । ବିନା ହେଲମେଟରେ ଗାଡି ରାସ୍ତାକୁ କାଢ଼ିବା ମନା । ଆଉ ଯଦି ଏଭଳି ନିୟମ ଆପଣ ନ ମାନନ୍ତି ତେବେ ଆପଣଙ୍କୁ ହଜାର ଟଙ୍କା ଗଣିବାକୁ ହେବ । କେବଳ ଏତିକି ନୁହେଁ ଆପଣଙ୍କ ଲାଇସେନ୍ସ ମଧ୍ୟ ବାତିଲ ହୋଇଯିବ । ତେବେ ଆପଣଙ୍କ ଲାଇସେନ୍ସ ୩ମାସ ପାଇଁ ବାତିଲ କରାଯିବ ।ରାଜ୍ୟ ପରିବହନ ବିଭାଗ ଆଗାମୀ ୧୬ ତାରିଖରୁ ରାଜ୍ୟରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ସାରା ରାଜ୍ୟରେ ହେଲମେଟ ଚେକିଙ୍ଗକୁ କଡାକଡି କରାଯିବାର ନିର୍ଦ୍ଦେଶ ଦିଆଯାଇଛି ।ଏଣିକି ବିନା ହେଲମେଟରେ ରାସ୍ତାକୁ ଆସିବା ମନା । ସ୍ବତନ୍ତ୍ର ଡ୍ରାଇଭ୍ ଅନୁସାରେ ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାମୁତାବକ ୩୩ ପ୍ରତିଶତ ବାଇକ ଚାଳକଙ୍କ ମୃତ୍ୟୁ କେବଳ ବିନା ହେଲମେଟ୍ ଯୋଗୁ ହୋଇଛି । ଦିନକୁ ଦିନ ବାଇକ୍ ଚାଳକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ଏହାସହ ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ତାଙ୍କ ପଛରେ ବସୁଥିବା ସହଯାତ୍ରୀ ହେଲମେଟ୍ ନ ପିନ୍ଧିଥିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ ବାତିଲ୍‌ କରିବାର ବ୍ୟବସ୍ଥା ମୋଟର ଯାନ ଆଇନରେ ଥିବା ବେଳେ ଏହାକୁ କଡ଼ାକଡ଼ି କରିବାକୁ ପରିବହନ କମିସନର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ୍ ନ ଲାଇସେନ୍ସ ବା ଟଙ୍କା ଜହେଲମେଟ୍ ଚେକିଂ କଡ଼ାକଡ଼ି କରାଯିବାକୁ ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚଢ଼ଉ ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ଚଢ଼ଉ ଜାତୀୟ ରାଜପଥ , ରାଜ୍ୟ ରାଜପଥ , ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ ।

Get real time updates directly on you device, subscribe now.