fbpx

(Video) Barbados Pitchରେ ବିଜୟର ସ୍ୱାଦ ଚାଖିଲେ ରୋହିତ ଶର୍ମା, ଜିତିବା ପରେ କଲେ ଏପରି କିଛି, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ଶନିବାର ବାରବାଡୋସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରୋମାଞ୍ଚକର ଟି- ୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ବିଜୟ ମୁକୁଟ ପିନ୍ଧିବାରେ ସଫଳ ହୋଇଛି । କିନ୍ତୁ ଏହି ମ୍ୟାଚ୍ ପରେ ରୋହିତ ଶର୍ମା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ତେବେ କିଛି ସ୍ମରଣୀୟ ମୁହୂର୍ତ୍ତ ସାଉଁଟିବା ପାଇଁ Kensington Ovalର କିଛି ଅଂଶ ନିଜ ସହ ନେବା ପାଇଁ Barbados Pitchରେ ସେ ମାଟି ଖାଉଥିବାର ନଜର ଆସିଥିଲେ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରୋମାଞ୍ଚକର ଟି- ୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍ ରୋମାଞ୍ଚକର ଥିଲେ ମଧ୍ୟ ରୋହିତ କେବଳ ୯ ରନ୍ କରିଥିଲେ । ସେହିପରି ବିରାଟ କୋହଲି ୭୬ ରନ୍ କରି ଭାରତକୁ ୧୭୭ରେ ପହଞ୍ଚାଇଥିଲା । ପ୍ରାୟ ୧୬ ଓଭର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ବିଜୟ ସୁନିଶ୍ଚିତ ମନେ ହେଉଥିଲା । ଏହା ପଛରେ Heinrich Klaasenଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ ଏବଂ ଅର୍ଶଦୀପ ସିଂହ ଭାରତକୁ ବିଜୟର ସ୍ୱାଦ ଚଖାଇବା ପାଇଁ ଗ୍ରାଉଣ୍ଡରେ ସଂଘର୍ଷ ଜାରି ରଖିଥିଲେ ।

View this post on Instagram

A post shared by ICC (@icc)

Get real time updates directly on you device, subscribe now.