fbpx
BJD SKY
BJD SKY

Video: ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ, ଟ୍ରେନ୍‌ରୁ ଖସି ପଡୁଥିବା ଯୁବକଙ୍କୁ ବଞ୍ଚାଇଲେ ଆର୍‌ପିଏଫ୍

BJD

କଟକ: କଟକ ରେଳଷ୍ଟେସନରେ ଶନିବାର ଜଣେ ଯୁବକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଚଳନ୍ତା ଟ୍ରେନ୍‌ରୁ ଖସି ପଡୁଥିବା ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ଅରୁପ ପଣ୍ଡା। ସୂଚନା ଅନୁସାରେ, ପୁରୀରୁ ପାଟଣଅ ଯାଉଥିବା ଟ୍ରେନ୍ ନଂ. ୦୮୪୩୯ ଅପରାହ୍ନ ୪ଟା ୫୫ ମିନିଟ୍‌ରେ କଟକ ଷ୍ଟେସନ୍ ୧ନଂ ପ୍ଲାର୍ଟଫର୍ମରେ ଲାଗିଥିଲା। ୫ଟାରେ ଟ୍ରେନ୍ ଷ୍ଟେସନ୍ ଛାଡୁଥିବା ସମୟରେ ହଠାତ୍ ଅରୁପ ଏବି-୧ରେ ଚଢିବାକୁ ଚେଷ୍ଟା କରିଥିଲେ।

ମାତ୍ର ଗାଡ଼ିର ଗତି ସହ ସେ ଭାରସାମ୍ୟ ରକ୍ଷା କରି ନପାରି ଟ୍ରେନ୍ ଓ ପ୍ଲାର୍ଟଫର୍ମ ମଝିରେ ମଝିରେ ଥିବା ଫାଙ୍ଖରେ ଖସିପଡୁଥିଲେ। ଏହି ସମୟରେ ସେଠାରେ ମୁତୟନ ଥିବା ରେଳ ସୁରକ୍ଷା ବଳ (ଆର୍‌ପିଏଫ୍) କର୍ମଚାରୀ ପି. କେ. ଦାସ ଓ ଏସ୍ . ଆର୍ . ସାମନ୍ତ ଉପସ୍ଥିତି ବୁଦ୍ଧି ଖଟାଇ ଅନ୍ୟ ଯାତ୍ରୀମାନଙ୍କ ସହାୟତାରେ ଅରୂପଙ୍କୁ ଟାଣି ଆଣିଥିଲେ। ଫଳରେ ତାଙ୍କର ଜୀବନ ରକ୍ଷା ପାଇଯାଇଥିଲା। ଏହି ଘଟଣା ପରେ ଟ୍ରେନ୍‌ଟି ଅଟକିବା ସହ ଅରୂପ ଉକ୍ତ ଟ୍ରେନ୍‌ରେ ନିଜ ଗନ୍ତବ୍ୟସ୍ଥାନକୁ ଯାତ୍ରା କରିଥିଲେ।

Get real time updates directly on you device, subscribe now.