fbpx
BJD SKY
BJD SKY

Video: ବିନା ମେଘରେ କାହ୍ନୁଙ୍କୁ ଦେଖି ପୁଚ୍ଛ ମେଲାଇ ନାଚିଯାଉଛନ୍ତି ମୟୂର, ଆ କହିଲେ ଆସୁଛନ୍ତି ଜା କହିଲେ ଯାଉଛନ୍ତି

BJD

କଟକ: ସେ ଆ କହିଲେ ଆସୁଛନ୍ତି ଜା କହିଲେ ଯାଉଛନ୍ତି. ଆଉ ଖାଇବାକୁ ଦେଲେ ହାତରୁ ଖାଉଛନ୍ତି। ମୟୁର ମାନଙ୍କର ଅନ୍ନଦାତା ସାଜିଥିବା ଏହି ମଣିଷ ଜଣଙ୍କ ହେଉଛନ୍ତି ପଚିଶି ବର୍ଷୀୟ କାହ୍ନୁ ବେହେରା। ଯାହାଙ୍କ ଘର ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାଜ ଅଞ୍ଚଳର। ଯିଏ ସକାଳୁ ସଞ୍ଜ ରୁହନ୍ତି ମୟୁର ମାନଙ୍କ ସହିତ। ଆଉ ଲାଗିଯାଇଥାନ୍ତି ମୟୁର ମାନଙ୍କ ସେବାରେ। ତାଙ୍କ ଡାକରାରେ ମୟୁର ଆସନ୍ତି। ଆଉ ସେହି ଯୁବକ ଜଣଙ୍କୁ ଦେଖିଲେ ମୟୁର ନିଜର ପୂଛ ମେଲାଇ ନାଚ କରନ୍ତି। ମୟୁର ଓ ମଣିଷ ର ଏହି ନିଆରା ସମ୍ପର୍କ କୁ ଦେଖିବାକୁ ନାରାଜ ନିକଟସ୍ଥ ତଳଗଡ଼ଗ୍ରାମ ସିଦ୍ଧେଶ୍ଵର ପାହଡ ପାଦ ଦେଶରେ ଲାଗିଥାଏ ବାଟୋଇ ଠାରୁ ଆରମ୍ଭ କରି ସ୍ଥାନୀୟ ଅଧିବାସୀ ଓ ଦେଖେଣାହାରିଙ୍କ ଭିଡ଼।

ସୂଚନା ଅନୁସାରେ ଜେଜେଙ୍କ ଦେହାନ୍ତ ପରେ ଯୁବକ ଜଣଙ୍କ ନିଜର ସମସ୍ତ ସମୟ ମୟୁର ମାନଙ୍କ ସହିତ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମସ୍ତ ସମୟ ଦେଇ ବିତାଇବେ ବୋଲି ନିଜର ମନ ସ୍ଥିର କରିଛନ୍ତି। ପୂର୍ବରୁ ତାଙ୍କ ଜେଜେ କରୁଥିଲେ ଏହି ଜଙ୍ଗଲୀ ମୟୁର ମାନଙ୍କ ସେବା। ଏବେ ନାତି ଦୀର୍ଘ ୫ ବର୍ଷ ଧରି କରୁଛନ୍ତି ମୟୁର ମାନଙ୍କ ଦେଖାଶୁଣା। ଏବେ ମୟୁର ମାନଙ୍କ ସ୍ନେହ ଓ ତାଙ୍କ ର ସେବା କରୁକରୁ ଏବେ ଛୋଟ ବଡ଼ କରି ମୟୁର ମାନଙ୍କ ସଂଖ୍ୟା ପହଁଚି ସାରିଛି ୧୫୨ରେ।

ଯୁବକ ଜଣଙ୍କ ଏହି ମୟୁର ମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଈଁ ପ୍ରତ୍ୟକ ଦିନ ଏକ ହଜାର ଟଙ୍କା ଖର୍ଚ କରନ୍ତି। ସେପଟେ ମୟୁର ମାନଙ୍କୁ ଖାଦ୍ୟ ଯୋଗାଇ ପାଈଁ ଯେଉଁ ଆର୍ଥି ଖର୍ଚ୍ଚ ହୋଇଥାଏ ତାହା ଦେଖେଁଆହରିଙ୍କଠାରୁ ମିଳିଯାଏ ବୋଲି କୁହନ୍ତି ଯୁବକ କାହ୍ନୁ ବେହେରା। ଜୀବନର ଶେଷ ବିନ୍ଦୁ ଟିକିକ ଥିବା ପର୍ଯ୍ୟନ୍ତ ଏହି ଭଳି ମୟୁର ମାନଙ୍କ ସେବା କରିଚାଲିବେ ବୋଲି କହିଛନ୍ତି ମୟୁର ପ୍ରେମୀ କାହ୍ନୁ।

Get real time updates directly on you device, subscribe now.