fbpx

Australian Open: ଶେଷ ଗ୍ରାଣ୍ଡସ୍ଲାମ୍‌ରେ ଭାଙ୍ଗିଲା ସାନିଆଙ୍କ ସ୍ୱପ୍ନ, ମିକ୍ସ ଡବଲ ଫାଇନାଲରେ ହାରିଲେ

ନୁଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ରୋହନ ବୋପାନ୍ନା ଅଷ୍ଟ୍ରେଲିଆ ଓପନ୍ ମିକ୍ସ ଡବଲ ଫାଇନାଲରେ ପରାଜୟର ସାମ୍ନା କରିଛନ୍ତି। ବ୍ରାଜିଲିଆନ ଜୋଡ଼ି ରାଫେଲ ମାଟୋସ୍ ଏବଂ ଲୁଝାସା ସ୍ଟେଫନି ଭାରତୀୟ ଜୋଡ଼ିଙ୍କୁ ୭-୬ ଏବଂ ୬୨ ରେ ପରାସ୍ତ କରିଥିଲେ। ସେମିଫାଇନାଲରେ ସାନିଆ ଏବଂ ବୋପାନ୍ନାଙ୍କ ଯୋଡି ଗ୍ରେଟ୍ ବ୍ରିଟେନ୍‌ର ନିଲ୍ ସ୍କୁପ୍ସ୍କି ଏବଂ ଆମେରିକାର ଡେସିରିଆ କ୍ରାଉଜିକ୍‌ଙ୍କୁ ୭-୬ (୫), ୬-୭ (୫), ୧୦-୬ ରେ ପରାସ୍ତ କରି ଫାଇନାଲରେ ପହଂଚିଥିଲେ। ଏହି ଯୋଡି କ୍ୱାର୍ଟର ଫାଇନାଲ ମ୍ୟାଚରେ ୱାକଓଭର ପାଇଥିଲେ।

ଏହି ପରାଜୟ ସହିତ ସାନିଆ ତାଙ୍କ ଟେନିସ୍ କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ୍‌ରେ ଖାଲି ହାତରେ ଫେରିଛନ୍ତି। ପୁର୍ବରୁ ସାନିଆ ତାଙ୍କର ଟେନିସ୍ କ୍ୟାରିୟରକୁ ଅଲବିଦା କହି ସାରିଛନ୍ତି। ଅଷ୍ଟ୍ରେଲିଆ ଓପନ ତାଙ୍କର ଶେଷ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଥିଲା। ୧୯ ଫେବୃଆରୀରେ ଆରମ୍ଭ ହେବାକୁ ଥିବା ୧୦୦୦ ଦୁବାଇ ଟେନିସ ଚାମ୍ପିଆନଶିପ ପରେ ସେ ଟେନିସ୍‌ରୁ ଅବସର ନେବେ।

ସାନିଆ ତାଙ୍କ କ୍ୟାରିୟରରେ ୪୩ ଟି WTA ଟାଇଟଲ୍ ଜିତିଛନ୍ତି। ସେ ମହିଳା ଡବଲ୍ସ ବର୍ଗରେ ତିନୋଟି ଗ୍ରାଣ୍ଡସ୍ଲାମ ଟାଇଟଲ ମଧ୍ୟ ଜିତିଥିଲେ। ୨୦୧୬ ରେ, ସେ ଅଷ୍ଟ୍ରେଲୀୟ ଓପନରେ ମହିଳା ଡବଲ୍ସ ଚାମ୍ପିଅନ୍ ହୋଇଥିଲେ। ମିଶ୍ରିତ ଡବଲ୍ସରେ ସାନିଆ ତିନୋଟି ଗ୍ରାଣ୍ଡସ୍ଲାମ ମଧ୍ୟ ଜିତିଛନ୍ତି। ୨୦୦୯ ରେ, ସେ ଅଷ୍ଟ୍ରେଲିୟ ଓପନରେ ଏହି ବର୍ଗରେ ଟାଇଟଲ୍ ଜିତିଥିଲେ। ଦୀର୍ଘ ଦିନ ଧରି ମହିଳା ଡବଲ୍ସ ମାନ୍ୟତାରେ ସାନିଆ ଏକ ନମ୍ବର ସ୍ଥାନ ଅଧିକାର କରିଥିଲେ। ଅବଶ୍ୟ, ତାଙ୍କ କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମରେ ସେ ବିଜୟଠାରୁ ଗୋଟିଏ ପାଦ ଦୂରରେ ରହିଯାଇଛନ୍ତି।

Get real time updates directly on you device, subscribe now.