fbpx
BJD
BJD SKY
BJD SKY

ମୁଖ୍ୟମନ୍ତ୍ରୀ ପଦ ଗଲାପରେ ଗାଁରେ ଚଲାଇଲେ ଟ୍ରାକ୍ଟର, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ୍

BJD

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦରୁ ଶିବରାଜ ସିଂ ଚୌହାନ ବିଦାୟ ନେଇସାରିଛନ୍ତି ଓ ମୋହନ ଯାଦବ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ସାରିଛନ୍ତି । ଶିବରାଜ କହିଛନ୍ତି ବିଜେପି ତାଙ୍କୁ ବହୁତ କିଛି ଦେଇଛି ଓ ଏବେ ତାଙ୍କର କାମ ସେ ଦଳ ପାଇଁ କିଛି କରିବେ । କିଛି ଦିନର ବ୍ୟସ୍ତତା ପରେ ଶିବରାଜ ଗରୁବାର ନିଜ ଗାଁରେ ପହଞ୍ଚିଛନ୍ତି । ତେବେ ଏଠାରେ ଶିବରାଜଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ସେ ଜମିରେ ଟ୍ରାକ୍ଟର ଚଲାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ଶିବରାଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ଏହି ଭିଡିଓ ସେୟାର କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି, ମଧ୍ୟପ୍ରଦେଶ ମାଟି ସୁନା ଫଳାଇଥାଏ । ଏହା ସହିତ ମାଟି ମା’କୁ ପ୍ରଣିପାତ କରିଛନ୍ତି । ଶିବରାଜ ଆଜି ବିଦିଶା ଜିଲ୍ଲା ସ୍ଥିତ ନିଜ ଗାଁରେ ପହଞ୍ଚିଛନ୍ତି । ସେ ସମସ୍ତ କୃଷକ ଭାଇଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.