fbpx

Video: ନିଜର କାମୁକ ଇଚ୍ଛା ପୂରଣ କରିବାକୁ ଝିଅର ଜୀବନ ନେବାକୁ ଚେଷ୍ଟା କଲା ବାପା, କିନ୍ତୁ ଚାଲିଗଲା ସ୍ତ୍ରୀର ଜୀବନ

ରାୟଗଡ଼ା: ବର୍ବରତାର ସବୁ ସୀମା ପାର କଲା ସୈତାନ ବାପା। ବାପା ଭୁଲି ଗଲା ନିଜର ବାପ ପଣିଆ। ନିଜର କାମୁକ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ନିଜ ଝିଅକୁ ଜୀବନରୁ ମାରିଦେବାକୁ କଲା ଚେଷ୍ଟା। ନିଜର କାମୁକ ଇଚ୍ଛା ପୂର୍ଣ୍ଣ ନହେବାରୁ ପାହାନ୍ତିଆ ୩ ଟା ସମୟରେ କୁନି ସାବତ ଝିଅ କୁ ଟାଙ୍ଗିଆରେ ମାରୁଥିଲା ବାପା,କିନ୍ତୁ ସାବତ ମା ର ମମତା କୋଳକୁ ଟାଣି ନେବା ପରେ ଆକ୍ରୋଶର ଶିକାର ହୋଇ ମା’ର ଜୀବନ ଚାଲିଗଲା।

ତେବେ ଝିଅକୁ ନିଜ ରାସ୍ତାରୁ ହଟାଇବାର ପ୍ଲାନ ଆଜିର ନଥିଲା। ଏହା ଥିଲା ବହୁ ପୂରୁଣା। କାରଣ ବାପାର କାମୁକ ଇଚ୍ଛା ଚରିତାର୍ଥରେ କଣ୍ଟା ସାଜୁଥିଲା ଝିଅ। ଘରେ ଝିଅ ଥିବାରୁ ନିଜ ପତ୍ନୀ ସହ ନିଜ କାମୁକ ଇଚ୍ଛା ପୂରଣ କରିପାରୁନଥିଲା ଏହି ସୈତାନ ବାପା। ସୈତାନ୍ ବାପା ର ମନରେ ସର୍ବଦା ମଦ ପିଇ କାମୁକ ଜାତ ହୋଇ ଇଚ୍ଛା ପୂରଣ ହୋଇପାରୁନଥିବା ଏବଂ ଏହାର ରାଗ ସାବତ ଝିଅ ଉପରେ ରଖି ତାକୁ ଜୀବନରେ ମାରିଦେବାକୁ ଚେଷ୍ଟା କରୁଥିବା ଏବଂ ଏହି ସମୟରେ ସାବତ ମା ର ମମତା ଉକ୍ତ କୁନି ଝିଅ କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ କୁ ବାଜି ଲଗାଇଥିବା ଘଟଣା ବର୍ତ୍ତମାନ୍ ରାୟଗଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାୟଗଡ଼ା ଜିଲ୍ଲାରେ କାଶିପୁର ବ୍ଲକ୍ ଶଙ୍କରଡା ପଞ୍ଚାୟତର ଚଣା ପୁକେଲ୍ ଗ୍ରାମର କୃଷ୍ଣ ମାଝୀ ନିଜର ପ୍ରଥମ ପତ୍ନି ମରିଯିବା ପରେ ସେହି ଗ୍ରାମର ହାକୀ ମାଝିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ବିବାହର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପୁଅ କିମ୍ବା ଝିଅ ଟିଏ ହୋଇନଥିଲେ। ତେଣୁ ସେମାନେ ହାକି ମାଝୀଙ୍କ ଭାଇଙ୍କ ଝିଅ ମିନି ମାଝିକୁ ଜନ୍ମ ବେଳୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ, ତେବେ କୃଷ୍ଣ ପ୍ରତିଦିନ ମାଡ଼ ପିଇ ଆସି ସ୍ତ୍ରୀ ହାକିଙ୍କ ସହ ପିଲାଛୁଆ ନ ହେବା କାରଣରୁ ଝଗଡ଼ା କରୁଥିବା କଥା ଗାଁ ଲୋକଙ୍କ ଠାରୁ ଜାଣିବାକୁ ମିଳିଛି। ସବୁଦିନ ଭଳି ଗତକାଲି ରାତିରେ କୃଷ୍ଣ ମଦ ପିଇ ଆସି ଝଗଡ଼ା କରିଥିଲା।

ରାତି ୩ଟା ସମୟରେ କାମୁକ ଭାବନା ଜାଗ୍ରତ ହେବା ପରେ ସେହି ସମୟରେ ସେହି ଝିଅ ମିନି କାନ୍ଦିବା ଫଳରେ ବାପା କୃଷ୍ଣ ଟାଙ୍ଗିଆ ରେ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହି ସମୟରେ ମା ହକି ର ମମତା ଏହା ଦେଖି ନପାରି ମିନି କୁ କୋଳକୁ ଟାଣି ନେଇଥିଲେ। ଫଳରେ ମଦ ନିଶାରେ ଥିବା କୃଷ୍ଣ ମିନି ର ରାଗ ତା ସ୍ତ୍ରୀ ହାକି ଙ୍କୁ ଟାଙ୍ଗିଆରେ ଚୋଟ ପରେ ଚୋଟ ଦେଇ ଚାଲିଲା ଫଳରେ ହାକି ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଶବ୍ଦ ଶୁଣି ଗାଁ ଲୋକ ସବୁ ଏହି ସମୟରେ ଆସି ଗୁରୁତର ଝିଅ ମିନି କୁ ଉଦ୍ଧାର କରିବା ସହ ସୈତାନ ବାପା କୃଷ୍ଣ କୁ ଏକ ଖମ୍ବରେ ବାନ୍ଧି ଟିକିରି ଥାନା କୁ ଖବର ଦେଇଥିଲେ। ପରେ ପୋଲିସ୍ ଆସି ଅଭିଯୁକ୍ତ କୃଷ୍ଣ କୁ ଗିରଫ କରିଥିବା ବେଳେ ଗୁରୁତର ଝିଅ ମିନି କୁ ପ୍ରଥମେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

Get real time updates directly on you device, subscribe now.