fbpx

Video: ନିଶାରେ ମାତାଲ ସାର୍, ଦୁନିଆ ଭାସିଯାଉ କିନ୍ତୁ ବାବୁଙ୍କୁ ଶାନ୍ତିର ନିଦ ଦରକାର…

ସୁନ୍ଦରଗଡ: ନିଶାରେ ମାତାଲ ସାର୍ । ସାର୍ କିଛି କରି ପାରୁନାହାନ୍ତି । ଖାଲି ଶୋଇ ରହୁଛନ୍ତି । ଆଉ ଏପଟ ସେପଟ କର ଲେଉଟଉଛନ୍ତି । ପିଲାମାନେ ଏଠି ପାଠ ପଢୁଛନ୍ତି କିନ୍ତୁ ଆଜ୍ଞା, ସାର୍ ଏଠି ଟିକେ ନାଲି ପାଣି ପିଇ ଆରାମସେ ଶୋଇଛନ୍ତି । ଦୁନିଆ ସିନା ଭାସିଯାଉ ହେଲେ ବାବୁ ଜଣକ ଶାନ୍ତିରେ ନିଘୋଡ ନିଦରେ ଶୋଇଛନ୍ତି ତାହା ପୁଣି ନାଲି ପାଣି ମାରି । ଏଇ ଦେଖୁନାହାନ୍ତି ଆମ ସାର୍ ବଟମ ଖୋଲା କରି ଛିଡା ହୋଇଛନ୍ତି । ଖାଲି ଛିଡା ହୋଇନାହାନ୍ତି ଏଡେ ଏଡେ ଆଖି କରିକି ଅନେଇଛନ୍ତି । ଗୋଟେଠି ଚପଲ ଦୁଇଟା ଚିତପଟାଙ୍ଗ ହୋଇପଡିଛି । ଆଉ ସାର୍ ଏଠି ମଖମଲ ଟାଇଲ୍ ଉପରେ ଶୋଇ ପଡିଛନ୍ତି । ପିଲା କଣ କରୁଛନ୍ତି କେମିତି ପଢୁଛନ୍ତି ସେଥିପ୍ରତି ଆଜ୍ଞା ଆମ ସାରଙ୍କର ଟିକେବି ଖାତିର ନାହିଁ । ବାସ୍ ସ୍କୁଲ ଆସି ଟିକେ ହାଲ୍କେଇ ନାଲିପାଣି ମାରିଦେଇ ଶୋଇପଡିଛନ୍ତି ସାର୍ । ଆଉ ସାରଙ୍କୁ ନିଦରୁ ଉଠେଇଲେ ଆଜ୍ଞା ସାର ପିଲାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି ।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ କୁଲାବିରା କିଶାନ ପଡା ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ପଟେଲ ଗତକାଲି ମଦ୍ୟପାନ କରି ସ୍କୁଲକୁ ଆସିବା ପରେ ପିଲାଙ୍କୁ ପଢାଇବେ କଣ ତଳେ ଶୋଇପଡିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା କେବଳ ଗୋଟିଏ ଦିନର ନୁହେଁ ପ୍ରାୟ ସବୁ ସମୟରେ ଶିକ୍ଷକ ଜଣକ ଏଭଳି ମାତାଲ ଅବସ୍ଥାରେ ବିଦ୍ୟାଳୟକୁ ଆସିଥାନ୍ତି । ପିଲାଙ୍କୁ ମାଡପିଟ ମଧ୍ୟ କରିଥାନ୍ତି । ଏପରିକି ବିଦ୍ୟାଳୟର ସହ ଶିକ୍ଷୟତ୍ରୀଙ୍କୁ ଅନେକ ସମୟରେ ଗାଳିଗୁଳଜ ମଧ୍ୟ କରିଥାନ୍ତି ।

ତେବେ ଗତକାଲି ଶିକ୍ଷକ ଜଣକ ଏଭଳି ମଦ ପିଇ ଶୋଇଥିବା ବେଳେ ତାଙ୍କ ପୁଅ ଖବର ପାଇ ବିଦ୍ୟାଳୟକୁ ଆସିଥିଲେ ଏବଂ ନିଜ ବାପାକୁ ଉତ୍ତମ ମଧ୍ୟମ ଦେଇ ଘରକୁ ନେଇ ଯାଇଥିଲେ । ତେବେ ଏସମ୍ପର୍କରେ ସଂପୃକ୍ତ ଶିକ୍ଷକ କିମ୍ବା ଶିକ୍ଷା ବିଭାଗର ଅଧିକାରୀ ପ୍ରତିକ୍ରିୟା ବର୍ତ୍ତମାନ ମିଳିପାରିନାହିଁ ।

Get real time updates directly on you device, subscribe now.