fbpx

Video: ‘ଏହି ଶିଖର ସମ୍ମିଳନୀ ହେଉଛି ବିଶ୍ୱ ସଂସଦୀୟ ପ୍ରଥାର ମହାକୁମ୍ଭ’, ପି -୨୦ ର ଉଦଘାଟନ ସମାରୋହରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଜି-୨୦ ପରେ ଏବେ ୯ମ ସଂସଦୀୟ ପି -୨୦ ସମ୍ମିଳନୀ ଦିଲ୍ଲୀରେ ଚାଲିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପି -୨୦ର ଉଦଘାଟନ କରିଛନ୍ତି । ଦୀର୍ଘ ବର୍ଷ ଧରି ଭାରତ ସୀମାବର୍ତ୍ତୀ ଆତଙ୍କବାଦର ସମ୍ମୁଖୀନ ହୋଇଆସୁଛି ବୋଲି ଦିଲ୍ଲୀର ପି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ଆତଙ୍କବାଦୀମାନେ ଅଧିବେଶନ ଚାଲି ଥିବାବେଳେ ଆମ ସଂସଦକୁ ଟାର୍ଗେଟ କରିଥିଲେ। ସାରା ବିଶ୍ୱ ଅନୁଭବ କରିଛି ଯେ, ଏହା କେତେ ବଡ଼ ।

ଆତଙ୍କବାଦ ବିଶ୍ୱ ପାଇଁ ଏକ ଆହ୍ୱାନ ଏବଂ ଏହା ମାନବିକତା ବିରୋଧରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦ ବିରୋଧରେ ଲଢେଇରେ କିପରି ଏକାଠି କାର୍ଯ୍ୟ କରିବେ ସେନେଇ ବିଶ୍ୱ ସଂସଦ ଏବଂ ସେମାନଙ୍କ ପ୍ରତିନିଧୀମାନେ ବିଚାର କରିବା ଆବଶ୍ୟକ …

ଦିଲ୍ଲୀରେ ଅନୁଷ୍ଠିତ ୯ମ ପି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ, ବିବାଦ ଏବଂ ମୁହାଁମୁହିଁ ହେବା ଦ୍ୱାରା ବିଶ୍ୱରେ କାହାକୁ ବି ଲାଭ ମିଳିବ ନାହିଁ । ଏକ ବିଭାଜିତ ଦୁନିଆ ଆମେ ସମ୍ମୁଖୀନ ହେଉଥିବା ଆହ୍ୱାନର ସମାଧାନ ପ୍ରଦାନ କରିପାରିବ ନାହିଁ । ଶାନ୍ତି ଏବଂ ଭାଇଚାରା ପାଇଁ ଏହା ଏକ ସମୟ, ଏକାଠି ଚାଲିବାର ସମୟ, ଏକତ୍ର ଆଗକୁ ବଡିବାର ସମୟ । ସମସ୍ତଙ୍କ ବିକାଶ ଏବଂ କଲ୍ୟାଣ ପାଇଁ ଏହା ହେଉଛି ଉତ୍ତମ ସମୟ ।

ପି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ସମ୍ମିଳନୀ ହେଉଛି ସଂସଦର ‘ମହା କୁମ୍ଭ’। ତେବେ ବିତର୍କ ଏବଂ ଆଲୋଚନା ପାଇଁ ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ ।

Get real time updates directly on you device, subscribe now.