fbpx
BSKY
BJD SHG SKY
BJD YOUTH SKY

Video: ଗାଁ ମୁଣ୍ଡ ଗଛ ତଳେ ବସି ଫସଲ ଜଗୁଛି ଅସୁରୁଣୀ.. ଜଗିବା ପାଇଁ ଦିଆଯାଏ ଅମଳର ପ୍ରଥମ ଶସ୍ୟ

ରାୟଗଡ଼ା: ସାବଧାନ ଫସଲ ଜଗୁଛି ଅସୁରଣୀ। ଗାଁ ମୁଣ୍ଡ ଗଛ ତଳେ ବସି ଅସୁରୁଣୀ ଜଗିଛି ଫସଲ। ଆଉ ଫସଲ ଜଗିବା ପାଇଁ ଅସୁରୁଣୀକୁ ଦିଆଯାଏ ଅମଳର ପ୍ରଥମ ଶସ୍ୟ। ତେବେ ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ଅନନ୍ୟ ପରମ୍ପରାକୁ ନେଇ ପାଳିତ ହେଉଥିବା ଏକ ପର୍ବରେ ଫସଲକୁ ଜଗିବା ପାଇଁ ମାଟିରେ ନିର୍ମିତ ହୁଏ ଅସୁରଣୀ। ତେବେ ଜନାସୁରଣୀ ନାମକ ଏହି ପର୍ବକୁ ଆଦିବାସୀମାନେ ଏହାକୁ ବିଶ୍ୱାସର ସହିତ ପାଳୁଥିବା ଦେଖିବାକୁ ମିଳିଛି।

ତେବେ ୧୨ ମାସରେ ୧୩ ପର୍ବ ଭଳି ଅନେକ ପର୍ବ ପାଳୁଥିବା ଆଦିବାସୀଙ୍କ ଜନାସୁରଣୀ ପର୍ବ ଟିକିଏ ନିଆରା । ମକା ଫସଲ ଅମଳ ଆରମ୍ଭ ରେ ଏହି ପର୍ବ ପାଳନ କରିବାର ନିୟମ ରହିଛି। ତେବେ ଆମେ କହୁଛୁ ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ଜନାସୁରଣୀ ବା ଭୁଦବଲାଣୀ ପର୍ବ କଥା। ରାୟଗଡା ଜିଲ୍ଲା ରେ ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସ ର ଜୀବନ ଶୈଳୀ ସବୁବେଳେ ଚର୍ଚାରେ ଥିବାବେଳେ ଏହାର ପରମ୍ପରା ଓ ସଂସ୍କୃତି ସମ୍ପୂର୍ଣ ଭିନ୍ନ। ଏହି ଜିଲ୍ଲାରେ ୮୫% ଆଦିବାସୀ ଜନଜାତି ଙ୍କ ଜୀବନଜାପନ ଶୈଳୀ ସମୁର୍ଣ୍ଣ ଭାବେ ବିଶ୍ୱାସ ଉପରେ ବନ୍ଧା। ତେବେ ଏଭଳି କିଛି ପରମ୍ପରା ଓ ସଂସ୍କୃତି ର ବିଶ୍ୱାସ ହେଉଛି ଜନାସୁରଣି ପୂଜା ଯାହାକି ତାଙ୍କର ସମ୍ପୂର୍ଣ ଜୀବନ ଶୈଳୀର ପରିଚୟ।

ଚଇତ ପର୍ବ ,ମାଣ୍ଡିଆରାଣୀ, ନୂଆଁଖାଇ, ରାଣିପର୍ବ ,ଜନାଖାଇ, ଆଦି ନାନାପ୍ରକାର ବିଶ୍ୱାସ ର ପର୍ବ ପାଳନ କରନ୍ତି ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ। ସେହିପରି ପ୍ରତିବର୍ଷ ଭାଦ୍ରବ ମାସରେ ମକାଫସଲ ଆରମ୍ଭ ବେଳକୁ ଏକ ନିଆରା ପର୍ବ ଭୁଦବଲାଣି ବା ଜନାସୁରଣୀ ପର୍ବ ପାଳନ କରଯାଏ। ଏହି ପର୍ବର ନିୟମ ଅନୁସାରେ ମକା ଅମଳର ପ୍ରଥମ ଶସ୍ୟ ଘରକୁ ନନେଇ ଗାଁ ମୁଣ୍ଡରେ ଥିବା ଏକ ମାଟିର ଅସୁରୁଣୀକୁ ଖାଇବାକୁ ଦିଆଯାଏ। ତେବେ ଗାଁ ର ଯୁବକ ମାନେ ମିଶି ଏକ ଅସୁରୁଣିର ମାଟି ପ୍ରତିମା କରିଥାନ୍ତି। ସେଠାରେ ପ୍ରଥମେ ଗାଁ ର ମହିଳା ମାନେ ଏକତ୍ରିତ ହୋଇ କଷି ମକା, ମାଣ୍ଡିଆ, ଧାନ ଆଦି ଫସଲ ଏହି ମାଟି ପିତୁଳା ଅସୁରୁଣୀ ଆଗରେ ରଖି ପ୍ରଥମେ ତାକୁ ଖାଇବାକୁ ଦେଇଥାନ୍ତି। ଗାଁ ର ହୋଇଥିବା ଫସଲ ର ସୁରକ୍ଷା ପାଇଁ ଗୁହାରୀ କରନ୍ତି ଏଠାକାର ଅଧିବାସୀ। ତେବେ ଏଭଳି ପାରମ୍ପରିକ ପୂଜା କଲେ ଗାଁ ଲୋକଙ୍କର ଓ ଗାଁ ର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରନ୍ତି ସ୍ଥାନୀୟ ବାସିନ୍ଦା। ଏହିଭଳି ଭାବରେ ଅନେକ ପୂଜା କରି ସେମାନେ ନିଜର ସରଳ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି।

youtube.com/watch?v=1yQB2zjp1Bk

Get real time updates directly on you device, subscribe now.