fbpx

Video: ହାଇକୋର୍ଟଙ୍କ ନିର୍ଦ୍ଦେଶର ୯ ମାସ ପରେ ମଧ୍ୟ ଘର ନ ମିଳିବାରୁ ତହସିଲ ଅଫିସ ଆଗରେ ଧାରଣା ଦେଲେ ମହିଳା

ଗଞ୍ଜାମ: ଘର ମୁକୁଳାଇବା ପାଇଁ ତହସିଲ ଅଫିସ ଆଗରେ ଧାରଣା ଦେଇଛନ୍ତି ମହିଳା। ନିଜ ମାଙ୍କ ଶେଷ ସନ୍ତକ ଘର ଟିକୁ କିପରି ମୁକୁଳାଇବେ ସେନେଇ ଧାରଣାରେ ବସିଛନ୍ତି ଜଣେ ମହିଳା। ତେବେ ଗଞ୍ଜାମ ଜିଲ୍ଲା ଆସିକା ସହରର କଳିଙ୍ଗ ରୋଡ଼ ସ୍ଥିତ ଶାନ୍ତିଲତା ବେହେରାଙ୍କ ଘର କୁ ଗୌରୀ ସ୍ୱାଇଁ ନାମକ ବ୍ୟକ୍ତି ୨୦୧୧ ମସିହା ଠାରୁ ଜୋର ଜବରଦସ୍ତ ନିଜ ଅଧିନରେ ରଖଥିବା ଜଣା ପଡ଼ିଛିି। ତେବେ ସେହି ଘରଟିକୁ ମୁକୁଳାଇବା ପାଇଁ ଶାନ୍ତିଲତାଙ୍କ ଝିଅ ଜୟଶ୍ରୀ ବେହେରା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ତେବେ ହାଇକୋର୍ଟ ଙ୍କ ନିର୍ଦେଶ ସତ୍ୱେ ଦୀର୍ଘ ନଅ ମାସ ବିତିଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ଜୟଶ୍ରୀ ତହସିଲ କାର୍ଯ୍ୟାଳୟ ରେ ଧାରଣା ଦେଇଛନ୍ତି। ସୂଚନା ମୁତାବକ କିଛି ବର୍ଷ ହେବ ଜୟଶ୍ରୀଙ୍କ ବାପା ମା ଙ୍କ ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି। ତାଙ୍କ ପରିବାର ର ଆଉ କେହି ସଦସ୍ୟ ନଥିବାରୁ ଜୟଶ୍ରୀ ଏହି ଘଟଣା କୁ ନେଇ ୨୦୧୧ ମସିହାରେ ହାଇକୋର୍ଟ ରେ ଏକ ମାମଲା ରୁଜୁ କରିଥିଲେ। ତେବେ କୋର୍ଟ ନଅ ମାସ ତଳେ ଘର ଅକ୍ତିଆର କରି ରଖିଥିବା ଗୌରୀ ସ୍ୱାଇଁ ଙ୍କୁ ଉଠାଇବା କୁ ତହସିଲଦାର ଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ତହସିଲଦାର କୌଣସି ପଦ କ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

ଘଟଣା କୁ ନେଇ ଜୟଶ୍ରୀ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ସେ ତହସିଲ ଅଫିସ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନ୍ୟାୟ ନମିଳବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ନେଇ ସୂଚନା ଦେଇିଛନ୍ତି ଜୟଶ୍ରୀ। ସେପଟେ ହାଇକୋର୍ଟ ଙ୍କ ନିର୍ଦେଶ ସତ୍ୱେ ତହସିଲଦାରଙ୍କ ନିଷ୍କ୍ରିୟତା କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Get real time updates directly on you device, subscribe now.