fbpx

BCCI ଦେଲା ଅପଡେଟ: ମହମ୍ମଦ ଶାମୀଙ୍କ ପରେ ଭାରତୀୟ ଦଳରୁ ଆଉ ଜଣେ ବୋଲର ବିଦା

ନୂଆଦିଲ୍ଲୀ: ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । କରୋନା ଆକ୍ରାନ୍ତ ହୋଇ ଷ୍ଟାର ବୋଲର ମହମ୍ମଦ ଶାମୀ ବାଦ ପଡିଥିବା ବେଳେ ଏବେ ଆଉ ଜଣେ ବୋଲର ଆହତ ହୋଇଛନ୍ତି । ଆହତ ହୋଇ ଇଣ୍ଡିଆ ଏ’ ଟିମରୁ ବାଦ ପଡିଛନ୍ତି ନବଦୀପ ସୈନୀ । ଏହା ସହିତ ନର୍ଥ ଏବଂହ ସାଉଥ ଜୋନ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫି ସେମି ଫାଇନାଲରୁ ମଧ୍ୟ ବାଦ ପଡିଛନ୍ତି ନବଦୀପ । ଏ ନେଇ ବିସିସିଆଇ ସୂଚନା ଦେଇଛି ।

ବିସିସିଆଇର ସୂଚନା ଅନୁସାରେ, ନର୍ଥ ଏବଂ ସାଉଥ ଜୋନ ମଧ୍ୟ ଚାଲିଥିବା ଦୁଲୀପ ଟ୍ରଫିର ସେମି ଫାଇନାଲର ପ୍ରଥମ ଦିନରେ ଆହତ ହୋଇଛନ୍ତି । ଗ୍ରୋଇନ ଇଞ୍ଜୁରୀ ଯୋଗୁଁ ଏବେ ଏହି ମ୍ୟାଚରୁ ବାଦ ପଡିଛନ୍ତି ନବଦୀପ ସୈନୀ । ସାଉଥ ଜୋନ ବିପକ୍ଷ ମ୍ୟାଚର ପ୍ରଥମ ପାଳିରେ ସେ ମାତ୍ର ୧୧.୨ ଓଭର ବୋଲିଂ କରିଥିଲେ । କିନ୍ତୁ ଆହତ ହୋଇ ପରେ ପଡିଆରୁ ବାହାର ହୋଇଛନ୍ତି ନବଦୀପ । ତେଣୁ ଏହି ମ୍ୟାଚ ସହିତ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରୁ ମଧ୍ୟ ବାଦ ପଡିଛନ୍ତିି । ଏବେ ଏହି ଆହତ ସମସ୍ୟାରୁ ବାହାରିବା ପାଇଁ ନେସନାଲ କ୍ରିକେଟ ଏକାଡେମୀକୁ ଯିବେ ।

ଦୁଲୀପ ଟ୍ରଫିର ସେମି ଫାଇନାଲ ପୂର୍ବରୁ ଇଂଲଣ୍ଡରେ ରୋୟଲ ଲଣ୍ଡନ ଦିନିକିଆ କପ୍ ଜିତିଥିବା କେଣ୍ଟଟିମ ତରଫରୁ ଖେଳି ୫ଟି ମ୍ୟାଚରୁ ୫ଟି ୱିକେଟ ନେଇଥିଲେ । ତେବେ ପ୍ରଥମେ ମହମ୍ମଦ ଶାମୀ ଏବଂ ପରେ ନବଦୀପ ସୈନୀଙ୍କ ଆହତ ଭାରତ ପାଇଁ ବଡ ସମସ୍ୟା ହୋଇ ଠିଆ ହୋଇଛି । ତେବେ ବିଶ୍ବକପ ପୂର୍ବରୁ ସବୁ କିଛି ସମାଧାନ ହେବା ନେଇ ଆଶା ବାନ୍ଧିଛି ବିସିସିଆଇ ଏବଂ ଭାରତୀୟ ଫ୍ୟାନ୍ସ ।

Get real time updates directly on you device, subscribe now.