fbpx

ସମୁଦ୍ର ଭିତରେ ମିଳିଲା ବିଶାଳକାୟ ଜଙ୍ଗଲ: ଆକାରରେ ଭାରତର କ୍ଷେତ୍ରଫଳରୁ ଦୁଇଗୁଣା

ନୂଆଦିଲ୍ଲୀ: ଆମାଜନ, ବୋର୍ଣ୍ଣିଓ, କଙ୍ଗୋ, ଡେନଟ୍ରି । ଭୁପୃଷ୍ଠରେ ଥିବା ଏହା ଦୁନିଆର ସବୁଠୁ ବଡ଼ ଏବଂ ପ୍ରସିଦ୍ଧ ଜଙ୍ଗଲ  । କିନ୍ତୁ ଆପଣଙ୍କୁ ପାଣି ତଳେ ଥିବା କେତେ ଜଙ୍ଗଲ ବିଷୟରେ ଜଣା ଅଛି । ସମୁଦ୍ର ଭିତରେ ବଡ଼ ବଡ଼ କେଲ୍ପ ଏବଂ ସମୁଦ୍ର ୱିଡ୍ ର ଜଙ୍ଗଲ ରହିଛି । ଏହା ଭିତରେ ବଡ଼ ପରିମାଣର ବିଭିନ୍ନ ପ୍ରକାରର ସାମୁଦ୍ରିକ ଜୀବ-ଜନ୍ତୁଙ୍କ ପ୍ରଜାତି ରହିଥାନ୍ତି । ଯାହାର ନିଜଟରେ ନକ୍ସା ତିଆରି ହୋଇଛି । ଏହି ସବୁ ଜଙ୍ଗଲର ଆକାର ଦେଖିଲେ ଭାରତର କ୍ଷେତ୍ରଫଳର ଦୁଇଗୁଣା ହେବ ।

ଦୁନିଆରେ ସମୁଦ୍ର ଭିତରେ ଏଭଳି କେତେ ଜଙ୍ଗଲ ରହିଛି, ଯାହାର ନାମ ମଧ୍ୟ ନାହିଁ । କିମ୍ବା କୌଣସି ପରିଚୟ ନାହିଁ । ଏକ ନୂଆ ରିସର୍ଚ୍ଚରେ ଏହି କଥାର ଖୁଲାସା ହୋଇଛି ଯେ ଦୁନିଆରେ ଏଭଳି କେତେ ଜଙ୍ଗଲ ରହିଛି । ଏହାର ନକ୍ସା ମଧ୍ୟ ତିଆରି କରାଯାଇଛି । ଯାହା ଆପଣଙ୍କୁ ଦେଖିବାକୁ ମିଳିବ । ଏହ ରିସର୍ଚ୍ଚ ଗ୍ଲୋବାଲ ଇକୋଲୋଜୀ ଆଣ୍ଡ୍ ବୟୋଜିଓଗ୍ରାଫୀ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।

ଏହି ରିସର୍ଚ୍ଚରେ ଏହା କୁହାଯାଇଛି ଯେ କେବଳ ଭୁପୃଷ୍ଠରେ ତାପମାତ୍ରା ଯୋଗୁଁ ଜଙ୍ଗଲ ଜଳୁନାହିଁ । ସମୁଦ୍ର ଭିତରେ ମଧ୍ୟ ଅଧିକ ତାପମାତ୍ରା ଯୋଗୁଁ ଏହି ଜଙ୍ଗଲର ଇକୋଲୋଜୀ ଖରାପ ହେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏମାନଙ୍କର ବିକଶିତ ହେବା ଏବଂ ଅଙ୍ଗାରକାମ୍ଳ ଶୋଷିବା କ୍ଷମତା କମ୍ ହେଉଛି ।

ସାମୁଦ୍ରିକ ଜଙ୍ଗଲ ସାଧାରଣତଃ ସାମୁଦ୍ରିକ ସିୱାର ଦ୍ୱାରା ତିଆରି ହୋଇଥାଏ । ଏହା ଏକ ପ୍ରକାର ଶୈବାଳ ହୋଇଥାଏ । ଏହା ସୌର ଶକ୍ତି ଏବଂ କାର୍ବନ ଡାଇଅକ୍ସାଇଡ ଦ୍ୱାର ଫୋଟୋସିନ୍ଥେସିସ୍ ଦ୍ୱାରା ବିକଶିତ ହୋଇଥାଏ । ଏହି ଜଙ୍ଗଲ ବଡ଼ ଅଞ୍ଚଳରେ ବ୍ୟାପିଥାଏ । ପାଣିର ଲହର ସହ ଏହି ଜଙ୍ଗଲ ଧୀରେ ଧୀରେ ଭାସମାନ ହେଉଥାଏ । ଏହି ସାମୁଦ୍ରିକ ଜଙ୍ଗଲ ମଧ୍ୟରେ ମଧ୍ୟ ଅନେକ ପ୍ରକାର ସାମୁଦ୍ରିକ ତଥା ଜଳଚର ପ୍ରାଣୀ ରହିଥାନ୍ତି । ଏହି ସାମୁଦ୍ରିକ ଜଙ୍ଗଲରେ ସାମୁଦ୍ରିକ ବାଉଁଶ ଏବଂ ଘାସ ମଧ୍ୟ ମିଳିଥାଏ । ଏହି ବାଉଁଶ ଭୁପୃଷ୍ଠରେ ମିଳୁଥିବା ବାଉଁଶ ଭଳି ଲମ୍ବା ହୋଇଥାଏ ।

ସାମୁଦ୍ରିକ ଜଙ୍ଗଲ ଦ୍ରୁତ ଭାବରେ ବ୍ୟାପିଥାନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁ ଯେ ଏହା କେତେ ବଡ଼ ଅଞ୍ଚଳରେ ବ୍ୟାପିଛି । ଭୁପୃଷ୍ଠରେ ଜଙ୍ଗଲର ମାପିବା ପାଇଁ ସାଟେଲାଇଟ ଦ୍ୱାରା ସାହାଯ୍ୟ ନିଆଯାଇଥାଏ । କିନ୍ତୁ ଏହା ସମୁଦ୍ର ମଧ୍ୟରେ ଜଙ୍ଗଲକୁ ମାପିବାରେ ସକ୍ଷମ ହୋଇନଥାଏ । ତେଣୁ ଏହି ରିସର୍ଚ୍ଚ ପାଇଁ ବୈଜ୍ଞାନିକମାନେ ଦୁନିଆର ଥିବା ବିଭିନ୍ନ ଜଙ୍ଗଲ, ସାମୁଦ୍ରିକ ସିୱାର ଆଦିର ତଥ୍ୟକୁ ଅନୁଧ୍ୟାନ କରିଥିଲେ । ରିସର୍ଚ୍ଚ ପେପର ଦେଖିଥିଲେ, ଦସ୍ତାବେଜ୍ ଦେଖିଥିଲେ । ଦେଶମାନଙ୍କର ସ୍ଥାନୀୟ ତଥ୍ୟକୁ ଚେକ୍ କରିଥିଲେ । ଯାହାପରେ ଜଣାପଡ଼ିଥିଲା ଯେ ଦୁନିଆରେ ୬୦ ଏଭଳି ୭୨ ଲକ୍ଷ ବର୍ଗ କିଲୋମିଟର ବ୍ୟାପିଥିବା ସାମୁଦ୍ରିକ ଜଙ୍ଗଲ ରହିଛି । ଯାହାକି ଆମାଜନଠାରୁ ମଧ୍ୟ ବଡ଼ ।

ଭୁପୃଷ୍ଠରୁ ଉତ୍ପନ୍ନ ହେଉଥିବା ୨୪୦୦ ଗୀଗାଟନ ଗ୍ରୀନହାଉସ ଗ୍ୟାସ୍ ରୁ ବାହାରୁଥିବା ସବୁ ଅତ୍ୟଧିକ ଗରମ ଆମ ସମୁଦ୍ର ଶୋଷିଥାଏ । ଏମିତିରେ ସାମୁଦ୍ରିକ ଜଙ୍ଗଲକୁ ବେଶ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏହି ସବୁ ସାମୁଦ୍ରିକ ଜଙ୍ଗଲ ଜଳୁଛି । ଯେମିତି ଭୁପୃଷ୍ଠରେ ଜଳିଥାଏ । ସବୁଠୁ ଅଧିକ ଖରାପ ସ୍ଥିତି ରହିଛି ପଶ୍ଚିମ ଅଷ୍ଟ୍ରେଲିଆ, ପୂର୍ବ କାନାଡ଼ା ଏବଂ କାଲିଫର୍ଣ୍ଣିଆର ସାମୁଦ୍ରିକ ଜଙ୍ଗଲରେ ।

Get real time updates directly on you device, subscribe now.