fbpx
BSKY
BJD MC SKY
BJD MS SKY

(Video)ଛାତ ସିଲିଂରୁ ବାହାରିଲା ଦୁଇଟି ବିରାଟକାୟ ଅଜଗର, ଦେଖନ୍ତୁ କିଭଳି ମହିଳା ଜଣଙ୍କ ସେମାନଙ୍କୁ ଉଦ୍ଧାର କରୁଛନ୍ତି….

ଓଡିଶା ଭାସ୍କର; ସାପ ଏଭଳି ଏକ ଜୀବ ଯାହାକୁ ସମସ୍ତେ ଭୟ କରନ୍ତି । ସାପକୁ ଦେଖିବା ମାତ୍ରେ ହିଁ କିଛି ଲୋକଙ୍କର ହୋସ ଉଡିଯାଇଥାଏ । ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଅଜାଗାରୁ ବି ଉଦ୍ଧାର କରିପାରନ୍ତି । ସାପକୁ ଉଦ୍ଧାର କରିବା ପାଇଁ ସେମାନେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥାନ୍ତି, ଯାହା ଦ୍ୱାରା ଅତି ସହଜରେ ସେମାନେ ସାପକୁ ଧରି ପାରିଥାନ୍ତି । ତେବେ ଏଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ୟ୍ୟ ହୋଇଯିବେ ।

Nathan Stafford ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ତାଙ୍କ ଆଇଡି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖାଦେଇଛି ଯେ ଜଣେ ଅଷ୍ଟ୍ରେଲିଆନ ମହିଳା ଏକ ସିଲିଂରୁ ଯୋଡିଏ ସାପକୁ ଉଦ୍ଧାର କରିଛନ୍ତି । ସେ ସାପକୁ ଉଦ୍ଧାର କରିବା ବେଳର ସମ୍ପୂର୍ଣ୍ଣ ଦୃଶ୍ୟକୁ ଏହି ଭିଡିଓରେ କଏଦ କରାଯାଇଛି । ତେବେ ଏହି ଉଦ୍ଧାର ବେଳର ସେହି ଦୃଶ୍ୟ ପ୍ରାୟ ସମସ୍ତଙ୍କୁ ଚକିତ ଓ ଆଶ୍ଚର୍ୟ୍ୟ କରିଛି । ଏହି ଭିଡିଓରେ ଦେଖାଦେଇଛି ଯେ ଗୋଟିଏ ଛାତର ସିଲିଂରେ ୨ଟି ସାପ ଫସି ରହିଛନ୍ତି । ଯାହାକୁ ଉଦ୍ଧାର କରିବା ପାଇଁ ମହିଳା ଜଣଙ୍କ ପ୍ରୟାସ ଜାରି ରଖିଛନ୍ତି । ଏକ ଟୁଲ ଉପରେ ଛିଡା ହୋଇ ଏକ ଷ୍ଟିକ୍ ବା ବାଡ଼ି ସହାୟତାରେ ସେ ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି ।

ପ୍ରଥମେ ଏକ ବିରାଟକାୟ ଅଜଗର ଉକ୍ତ ସିଲିଂରୁ ବାହାରି ଆସିଛି ଆଉ ଏହା ପରେ ପୁଣି ଆଉ ଏକ ବିରାଟକାୟ ଅଜଗର ସାପ ବାହାରକୁ ଚାଲି ଆସିଛି । ମହିଳା ଜଣଙ୍କ ବାଡ଼ି ଓ ହାତରେ ଉଭୟ ସାପଙ୍କୁ ଧରିବାକୁ ଚେଷ୍ଟା କରିଛନ୍ତି । ପ୍ରଥମେ ସାପର ମୁହଁକୁ ମହିଳା ଜଣକ ଜାବୁଡି ଧରିଛନ୍ତି, ଯେମିତି ସାପଟି ତାଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ପାରିବ । ଏହା ପରେ ଧୀରେ ଧୀରେ ଉଭୟ ଦୁଇ ସାପଙ୍କୁ ସେ ସିଲିଂ ଭିତରୁ ଉଦ୍ଧାର କରି ବାହାରକୁ ଆଣିଛନ୍ତି । ଏହି ସମୟରେ ସାପ ଦୁଇଟି ମହିଳାଙ୍କ ବାହୁରେ ଘୁରାଇ ହେଇଯାଉଥିବା ଦେଖିବାକୁ ମିଳିଛି । ଅତି ସହଜରେ ଓ ସୁରକ୍ଷିତ ଭାବେ ଦୁଇଟି ସାପଙ୍କୁ ମହିଳା ଜଣକ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ଭିଡିଓ ସେୟାର କରିଥିବା ଇନଷ୍ଟାଗ୍ରାମ ୟୁଜର ଜଣକ ତାଙ୍କର ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଏହା ହେଉଛି ସାପଙ୍କ ଋତୁ ଏବଂ @ti.inthewild ତାଙ୍କ (ଉଦ୍ଧାର) କାର୍ୟ୍ୟ କରୁଛନ୍ତି । ତାଙ୍କ ପେଜକୁ ଯାଇ ସମସ୍ତେ ତାଙ୍କର ଏହି କାର୍ୟ୍ୟକୁ ଦେଖି ପାରିବେ ।

Get real time updates directly on you device, subscribe now.