fbpx

World Cup 2023; ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କଲା ଆଫଗାନିସ୍ତାନ

ଓଡିଶା ଭାସ୍କର; ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ । ଶ୍ରୀଲଙ୍କା ପକ୍ଷରୁ ମିଳିଥିବା ୨୪୨ ରନ ଟାର୍ଗେଟକୁ ମାତ୍ର ୩ ୱିକେଟ ହରାଇ ୪୫.୨ ଓଭରରେ ହାସଲ କରିନେଇଛି ଆଫଗାନିସ୍ତାନ । ଫଳରେ ପରାଜୟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା ଦଳ । ଏହାକୁ ନେଇ ୨୦୨୩ କ୍ରିକେଟ ବିଶ୍ବକପର ୩୦ତମ ମ୍ୟାଚରେ ତୃତୀୟ ଥର ପାଇଁ ବିଜୟ ହାସଲ କରିଛି ଆଫଗାନିସ୍ତାନ ।

ସୂଚନା ଥାଉକି, ଆଫଗାନିସ୍ତାନ ଦଳର ଅଧିନାୟକ ହସମ୍‌ତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ବ୍ୟାଟିଂ ଆମନ୍ତ୍ରଣ ପାଇ ୨୪୧ ରନ ସଂଗ୍ରହ କରିପାରିଥିଲା ଶ୍ରୀଲଙ୍କା ଦଳ । ଏହା ପରେ ୨୪୨ ରନ ଟାର୍ଗେଟକୁ ଲକ୍ଷ୍ୟରେ ରଖି ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା ଆଫଗାନିସ୍ତାନ । ଭଲ ବ୍ୟାଟିଂ ସାଙ୍ଗକୁ ଆଫଗାନିସ୍ତାନ ବେଶୀ ୱିକେଟ ନ ହରାଇ ନିଜର ସୁରକ୍ଷିତ ପ୍ରଦର୍ଶନ ଜାରି ରଖିଥିଲା । ଶେଷରେ ମାତ୍ର ୩ ୱିକେଟ ହରାଇ ୪୫.୨ ଓଭରରେ ୨୪୨ ରନ ଟାର୍ଗେଟକୁ ପାର କରି ବିଜୟ ହାସଲ କରିଥିଲା ଆଫଗାନିସ୍ତାନ ।

Get real time updates directly on you device, subscribe now.